ଅଜଣା ବାଳକ ଉଦ୍ଧାର: ପୋଲିସ ହେପାଜତରେ ନାବାଳକ

ଭାଗବତ ମେହେର// ଜିଲ୍ଲା ପ୍ରତିନିଧି // ସମୀକ୍ଷା ନିୟୁଜ
ବୌଦ୍ଧ(୧୨/୦୩/୨୦୨୪): ବୌଦ୍ଧ ଥାନା ଅନ୍ତର୍ଗତ ରାମ୍ଭି କଟା ଛକ ନିକଟରୁ ଏକ ଅଜଣା ବାଳକ କୁ ସ୍ଥାନୀୟ ବିଜୁଳି ମରା ମଠ ର ସଦସ୍ୟ ମାନେ ଉଦ୍ଧାର କରି 112 କୁ ଡାକି ହସ୍ତାନ୍ତର କରିଥିବା ଜଣାପଡ଼ିଛି l ସୂଚନା ମତେ ଉକ୍ତ ନାବାଳକ ଟି ମଙ୍ଗଳବାର ସନ୍ଧ୍ୟା ରେ ହରେକୃଷପୁର ଦିଗରୁ ରମ୍ଭିକଟା ଛକ ଆଡ଼କୁ ସନ୍ଧ୍ୟା ସମୟ ରେ ଏକା ଚାଲି ଚାଲି ଆସୁଥିବା ବେଳେ ରାମ୍ଭିକଟା ବିଜୁଳି ମରା ମଠ ର ସଦସ୍ୟ ମାନେ ବାଳକକୁ ଅଟକାଇ ସନ୍ଧ୍ୟା ରେ ଏକା କୁଆଡେ ଯାଉଛୁ ବୋଲି ପଚାରିବୁଝି ଥିଲେ l ପିଲା ଟି କିଛି ନକହିବାରୁ ପିଲାକୁ ଖାଇବାକୁ ଦେଇ 112 ପୋଲିସ କୁ ଡାକି ହସ୍ତାନ୍ତର କରିଥିବା ଜଣାପଡିଛି l ପିଲାଟି ଏକ ନୀଳ କଲର ଗଞ୍ଜି ସହ କଳା କଲର ଫୁଲ ପ୍ୟାଣ୍ଟ ପିନ୍ଧିଥିବା ଜଣାପଡ଼ିଛି l ବୟସ ଅନୁନ୍ୟ 12 ବର୍ଷ ଜଣାପଡିଥିବା ବେଳେ ପିଲାଟି କୁ ପଚାରିଲେ କୌଣସି ଉତ୍ତର ମିଳୁ ନଥିବାରୁ ନାବାଳକ ର ଠିକଣା ମିଳି ପାରିନାହିଁ l ପିଲାଟି ବର୍ତମାନ ବୌଦ୍ଧ ପୋଲିସ ହେପାଜତ ରେ ଥିବା ଜଣାପଡ଼ିଛି l

Leave a Reply

Your email address will not be published. Required fields are marked *