ବ୍ରହ୍ମପୁର( ଅନନ୍ତ ନାରାୟଣ ମହାନ୍ତି): ୧୪-୦୨-୨୦୨୪: ଗ୍ରାମାଞ୍ଚଳ ସ୍ୱାସ୍ଥ୍ଯ କେନ୍ଦ୍ରର ଚିକିତ୍ସାର ଭାର ସାଧାରଣତଃ ଫାର୍ମାସିଷ୍ଟଙ୍କ କାନ୍ଧରେ ଏକ ପ୍ରକାର ବୋଝ କହିଲେ କୌଣସି ଭୁଲ ହେବନି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩୫ଲକ୍ଷ ଗ୍ରାମାଞ୍ଚଳ ବାସିନ୍ଦାଙ୍କ ସ୍ୱାସ୍ଥ୍ଯ ଅବସ୍ଥା ବୁଝିବା ପାଇଁ ୧୧୦ ସ୍ୱାସ୍ଥ୍ଯକେନ୍ଦ୍ର । ୨୪ଘଣ୍ଟା ଜରୁରୀ କାଳିନ ସ୍ୱାସ୍ଥ୍ଯ ସେବା ଯୋଗାଇବା ପାଇଁ ପ୍ରତି ସ୍ୱାସ୍ଥ୍ଯ କେନ୍ଦ୍ରରେ ଅତି କମରେ ୩ଟି ଲେଖାଏଁ ଫାର୍ମାସିଷ୍ଟ ଆବଶ୍ଯକ ଥିବା ସ୍ଥଳେ ସରକାରୀ ମଞ୍ଜୁର ପ୍ରାପ୍ତ ପଦବୀ ମାତ୍ର ଗୋଟିଏ ରୁ ଦୁଇଟା। ମୋଟ ମଞ୍ଜୁର ପ୍ରାପ୍ତ ୨୨୦ ଫାର୍ମାସିଷ୍ଟ ସ୍ଥାନରେ କାର୍ଯ୍ଯ କରୁଛନ୍ତି ମାତ୍ର ୧୧୦। ଯେକୌଣସି ବିଭାଗରେ ଶ୍ରମ ନିୟମ ଅନୁସାରେ ଦୈନିକ ୮ଘଣ୍ଟା କାର୍ଯ୍ଯ କରିବାକୁ ନିର୍ଦ୍ଧାରିତ ଥିଲା ବେଳେ ପ୍ରାୟ ସ୍ଥାନରେ ଜଣେ ଫାର୍ମାସିଷ୍ଟ ୨୪ଘଣ୍ଟା କାର୍ଯ୍ଯକରୁଛନ୍ତି। ଯାହା ଶ୍ରମ ଆଇନର ବିରୁଦ୍ଧାଚରଣ ଅଟେ। ଗଞ୍ଜାମ ଜିଲ୍ଲାର ସୁଚାରୁ ସ୍ୱାସ୍ଥ୍ଯ ବ୍ଯବସ୍ଥା ନିମନ୍ତେ ଅତିକମରେ ୩୩୦ ଫାର୍ମାସିଷ୍ଟ ଆବଶ୍ଯକ ସ୍ଥଳେ ୧୧୦ ଅଛନ୍ତି। ଅନ୍ଯପଟେ ଡି-ଫାର୍ମା ପାଠ ପଢ଼ି ହଜାରହଜାର ଯୁବକ ଚାକିରୀ ନପାଇ ବେକାର। ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଖୁବଶୀଘ୍ର ଆଉ ୯୦ ଫାର୍ମାସିଷ୍ଟ ଜିଲ୍ଲାରେ ନିଯୁକ୍ତି ପାଇବେ। ରାଜ୍ଯ ସରକାର ତୁରନ୍ତ ୨୨୦ ଫାର୍ମାସିଷ୍ଟ ଗଞ୍ଜାମ ଜିଲ୍ଲାରେ ନିଯୁକ୍ତି ଦେବା ପାଇଁ ଦାବି।