ଅମୃତ ଭାରତ ଷ୍ଟେସନ ଯୋଜନାରେ ଯୋଡିହେଲା କେନ୍ଦୁଝର

ଅଞ୍ଜନ କୁମାର ରଣା//ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କେନ୍ଦୁଝର (୨୭/୦୨/୨୦୨୪): ଆଜି ସାରା ଭାରତରେ ୫୫୪ରେଳ ଷ୍ଟେସନ ଅମୃତ ଭାରତ ଯୋଜନାରେ ଯୋଡିହୋଇଥିବା ବେଳେ ଏଥିରେ କେନ୍ଦୁଝର ରେଳ ଷ୍ଟେସନ ମଧ୍ୟ ସ୍ଥାନ ପାଇଛି। ଆଜି ଭିଡ଼ିଓ କନଫୋରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୫୪ ଅମୃତ ଷ୍ଟେସନ ସହ ୧୫୦୦ଟି ରାସ୍ତାରେ ଅଭୋର ବ୍ରିଜ ଓ ଅଣ୍ଡର ପାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ,ଉଦ୍‌ଘାଟନ ଓ ଲୋକାର୍ପଣ କରିଛନ୍ତି। ତାହାମାଧ୍ୟରେ କେନ୍ଦୁଝର ଜିଲ୍ଲାର କେନ୍ଦୁଝରଗଡ଼ ରେଳ ଷ୍ଟେସନ, ବଡ଼ବିଲ ଓ ଜୁରୁଡି ରେଳ ଷ୍ଟେସନ ସାମିଲ ହୋଇଛି। ପ୍ରଧାନମନ୍ତ୍ରୀ ଙ୍କ ଏହି କାର୍ଯ୍ୟକ୍ରମ ସମୟରେ କେନ୍ଦୁଝର ଗଡ଼ ରେଳ ଷ୍ଟେସନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଙ୍କ ଜିଲ୍ଲା ବାସୀଙ୍କ ପାଇଁ ଏହି ଉପହାର କୁ ନେଇ ଜିଲ୍ଲା ବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଧାୟକ ନାଉରୀ ନାଏକ ଏବଂ ଶୁକାନ୍ତ କୁମାର ନାୟକ,କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁ, ରେଳ ବିଭାଗର ଅଧିକାରୀ ତଥା ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *