ପ୍ରଶାନ୍ତ କୁମାର ସାହୁ//ସାମ୍ବାଦିକ //ସମୀକ୍ଷା ନିୟୁଜ
ପରଜଙ୍ଗ,ଢେଙ୍କାନାଳ, ତାରିଖ-୨୩-୦୪-୨୦୨୪ : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବା ପରଠାରୁ ,ସାରାସଂସାର ରାମ ଭକ୍ତ ରାମଲାଲା ଙ୍କ ଦର୍ଶନ ପାଇଁ ବ୍ୟାକୁଳିତ|ସେହି ଭଳି ଜଣେ ଓଡ଼ିଆ ଭକ୍ତ ଜେକି ପେସରେ ଜଣେ ଡ୍ରାଇଭର ସାଙ୍ଗମାନଙ୍କ ସହ ଅଯୋଧ୍ୟା ବୋଲିବାକୁ ଯାଇଥିଲେ |
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ପଂଚାୟତ କାଦପଡା ଗାଁ ର ବଳରାମ ବେହେରା |ବଳରାମ ଅନୁଗୁଳ ଜିଲ୍ଲା ଭରତପୁର ଅଂଚଳ ରେ ଏକ ଘରୋଇ ସଂସ୍ଥା ରେ ଡ୍ରାଇଭ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ |
ତେବେ ଗତ ୧୧ଏପ୍ରିଲ ରେ ସେ ଅନୁଗୁଳ ର କିଛି ସାଙ୍ଗମାନଙ୍କ ସହ ଅଯୋଧ୍ୟା ରାମ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ | କିନ୍ତୁ ସେଠାରୁ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ୧୭ ତାରିଖ ସକାଳେ ଫୋନ ଯୋଗେ ଖବର ପାଇଥିଲେ |ଏ ନେଇ ତାଙ୍କ ପରିବାର ଲୋକ ଗାଁ କୁ ମର ଶରୀର ଆଣିବାକୁ ପାଖରେ ଅର୍ଥ ନଥିବାରୁ ତାହା ସଂଭବ ହୋଇନଥିଲା l
ତେବେ ସେଠାରୁ ଶବ କିପରି ଆସିବ ଆଉ ତାଙ୍କ ଶେଷ ଦର୍ଶନ ଟିକେ ପାଇଁ ତାଙ୍କର କୁନି କୁନି ୨ ଝିଅ ଓ ସ୍ତ୍ରୀ ଚାହିଁ ରହିଥିଲେ |ଏ ନେଇ ସେମାନେ ତାଙ୍କ ସମ୍ପର୍କୀୟ ଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହଯୋଗ ଲୋଡ଼ିଥିଲେ |କେନ୍ଦ୍ରମନ୍ତ୍ରୀ ଖବର ପାଇବା କ୍ଷଣି ଶବ ଗାଁ ରେ ପହଂଚାଇବାର ବ୍ୟବସ୍ଥା କରାଇଥିଲେ |
ଗତ ୧୯ ତାରିଖ ରାତି ପ୍ରାୟ ୧.୩୦ରେ କେନ୍ଦ୍ରମନ୍ତ୍ରୀ ଙ୍କ ସହଯୋଗ ରେ ଗାଁ ରେ ପହଞ୍ଚିଥିଲା ବଳରାମ ଙ୍କ ମର ଶରୀର |ତେବେ ବଳରାମ ଙ୍କ ୨ ନାବାଳିକା ଝିଅ ସୁଚରିତା , ଶୁଭସ୍ମିତା ତାଙ୍କ ବାପା ଙ୍କ ଶେଷ ଦର୍ଶନ କରିଥିବା ବେଳେ ତାଙ୍କ ପତ୍ନୀ ସୁକାନ୍ତି ମଧ୍ୟ ନିଜ ସ୍ୱାମୀ ଙ୍କ ଶେଷ ଦର୍ଶନ କରିଥିଲେ |
ଏହାପରେ ଗାଁ ସ୍ମଶାନ ରେ ତାଙ୍କର ଶେଷକୃତ ସମ୍ପୂର୍ଣ ହୋଇଥିଲା |ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହଯୋଗ ରେ ବଳରାମ ଙ୍କ ମର ଶରୀର ଗାଁ ରେ ପହଂଚିବା ନେଇ ତାଙ୍କ ପରିବାର ସହ ଗ୍ରାମବାସୀ ମଧ୍ୟ ତାଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି |ଏହା ସହ ୨ ନାବାଳିକା ଝିଅ ଙ୍କ ପାଠ ପଢା ସହ ସରକାରଙ୍କ ବିଭିନ୍ନ ଯୋଜନା ରେ ସାମିଲ କରିବାକୁ ଦାବି ଜଣାଇଛନ୍ତି ଗ୍ରାମବାସି ।