ଜ୍ଞାନଚାନ୍ଦ ମଲ୍ଲିକ// ସମୀକ୍ଷା ନିୟୁଜ /ବଲାଙ୍ଗୀର (୨୧/୦୨/୨୦୨୪):
ଭାରତ ଭଳି ବିବିଧ ଦେଶରେ, ଯେଉଁଠାରେ ଦାରିଦ୍ର୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇ ରହିଛି, ଅଣ-ସରକାରୀ ସଂଗଠନ (ଏନଜିଓ) ବଞ୍ଚିତ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ବିଭିନ୍ନ କ୍ଷେତ୍ରରେ ସହଯୋଗ, ଦାନ ଓ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ଉପରେ ଦୃଢ ଧ୍ୟାନ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପରି ଅଭିନବ ଉପାୟ ମାଧ୍ୟମରେ, ଏହି ସଂସ୍ଥା ମାନେ ଆଶାର ଆଲୋକ ଭାବରେ ଉଭା ହୋଇଛନ୍ତି, ଗରୀବ ଲୋକଙ୍କୁ ସଶକ୍ତ କରିବା ସହିତ ସିଧାସଳଖ ହସ୍ତକ୍ଷେପ, ସଚେତନତା ଅଭିଯାନ, ନୀତି ପ୍ରଚାର ଏବଂ ଦକ୍ଷତା ବିକାଶକୁ ମିଶାଇ ଏହି ଏନଜିଓର ଆଭିମୁଖ୍ୟ ବହୁମୁଖୀ। ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସେମାନେ ସ୍ଥାନୀୟ ସମ୍ପ୍ରଦାୟ, ସରକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ସହଯୋଗ କରନ୍ତି।
ମୁମୂର୍ଷ ସେବା ଚାରିଟେବୁଲ ଟ୍ରଷ୍ଟ, ପାଟଣାଗଡ଼ (MMCT) ୨୦୧୯ରୁ ସ୍ୱାସ୍ଥ୍ୟସେବା ପାଇଁ କାର୍ଯ୍ୟ କରିଆସୁଛି l ଓଡ଼ିଶାର ପଶ୍ଚିମାଞ୍ଚଳରେ ସ୍ୱଳ୍ପ ଆୟକାରୀ ତଥା ବଞ୍ଚିତ ଗୋଷ୍ଠୀକୁ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ପ୍ରାଥମିକ ଚିକିତ୍ସା ସେବା ଯୋଗାଉଛି। ଟ୍ରଷ୍ଟର ଅଧ୍ୟକ୍ଷ ଡାକ୍ତର ଦେବାଶିଷ ଶ୍ୟାମଲଙ୍କ ଲକ୍ଷ୍ୟ ହେଉଛି ଗରିବ ଏବଂ ସବୁଠାରୁ ବଞ୍ଚିତ ବିଭାଗଗୁଡିକ ପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ସହିତ ସ୍ଥାନୀୟ ସରକାରୀ ଓ ଅନ୍ୟାନ୍ୟ ସଂସ୍ଥା ମାଧ୍ୟମରେ ଦୁର୍ଗମ ଗ୍ରାମାଞ୍ଚଳରେ ଯାତାୟାତ ଓ ଆର୍ଥିକ ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନର ଉନ୍ନତି ଜାରି ରଖିବା । କୋଭିଡ-19 ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବହୁ ଅସୁବିଧାର ସମ୍ମୁଖୀନ ହୋଇପଡିଥିବା ବେଳେ ଟ୍ରଷ୍ଟର ସମସ୍ତ ସଦସ୍ୟ ନିର୍ଭିକ ଭାବରେ ଜନସାଧାରଣ ସେବାରେ ନିୟୋଜିତ ଥିଲେ। ଏନଜିଓର ଚାରି ବର୍ଷ ଅବସରରେ ଡାକ୍ତର ଶ୍ୟାମଲ ରୋଗୀସେବା ପାଇଁ ନିଜ ବ୍ୟବହାର କରୁଥିବା କାରକୁ ଜରୁରୀ କାଳୀନ ସେବା ଯୋଗେଇ ଦେବା ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ଏହି ସୋସିଆଲ ସର୍ଭିସରେ ବ୍ୟବହୃତ ଦାମୀ କାରରେ ଷ୍ଟ୍ରେଚର୍, ହ୍ୱିଲ ଚେୟାର ଥାଇ ରୋଗୀଙ୍କୁ ନେବା ଆଣିବା କରିବା ସହ ବିଭିନ୍ନ ଦୁର୍ଗମ ଓ ଦୂର ଅଂଚଳକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇଦେବା କାମରେ ଆସିବା ବୋଲି ଟ୍ରଷ୍ଟ ଅଧ୍ୟକ୍ଷ ଡାକ୍ତର ଶ୍ୟାମଲ ଓ ଅନ୍ୟ ସଦସ୍ୟ କହିଛନ୍ତି। ଅଂଚଳର ଭିନ୍ନକ୍ଷମ ଓ ବୟସ୍କ ଲୋକଙ୍କୁ ମାଗଣା ଔଷଧ, ଆଶାବାଡ଼ି, ହ୍ୱିଲ ଚେୟାର, ରୋଗୀ ଶଯ୍ୟା ପ୍ରଦାନ କରିବା ଏହି ଅଣ-ସରକାରୀ ସଂଗଠନର ଅନ୍ୟତମ ଲକ୍ଷ। ଅବକାଶ ସମୟରେ ଡାକ୍ତର ଶ୍ୟାମଲ ଏହି ରୋଗୀସେବାରେ ଉତ୍ସର୍ଗ କରିଥିବା କାରରେ ଅନେକ ଜାଗା ବୁଲି ସେବା ଯୋଗାଇଦେବା ଦୃଶ୍ୟ ମଧ୍ୟ ଲୋକ ନଜରକୁ ଆସିଛି।