ସୁଶାନ୍ତ ପ୍ରଧାନ / ସୂତନ୍ତ୍ର ପ୍ରତିନିଧି /ଢେଙ୍କାନାଳ /ସମୀକ୍ଷା ନିୟୁଜ
ଢେଙ୍କାନାଳ,-୦୩-୦୫-୨୦୨୪: ଚଳିତ ବର୍ଷ ୨୦୨୪ ସାଧାରଣ ନିର୍ବାଚନ ହେବାକୁ ଆଉ କିଛି ଦିନ ରହିଲା ଏହାରି ଭିତରେ ଢେଙ୍କାନାଳ ଲୋକସଭା ସାଂସଦ ପ୍ରାର୍ଥି ଭାବେ ଆଜି ଜିଲ୍ଲାପାଲଙ୍କ କାର୍ଯ୍ୟଳୟରେ ବିଜେପି ସାଂସଦ ପ୍ରାର୍ଥି ଭାବେ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ନାମାଙ୍କନ ଭରିଲେ ବିରାଟ ଜନସମୁହ ଭିତରେ ପାରମ୍ପରିକ ବାଦ୍ୟ ଓ ଅନେକ ବିଜେପି କର୍ମୀମାନେ ବିରାଟ ପଦଯାତ୍ରା କରି ଭାରତର କେନ୍ଦ୍ରିୟ ଶିକ୍ଷା ଦକ୍ଷତା ଉଦିୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଶ୍ରୀ ବଲରାମ ମନ୍ଦିର ରୁ ଦର୍ଶନ କରି ଶୋଭାଯାତ୍ରାରେ ବାହାରିଥିଲେ ତାଙ୍କ ସହିତ ଓଡ଼ିଶା ର ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଅଞ୍ଜଳି ବେହେରା ବିଜେପି ନେତା ଶ୍ରୀଯୁକ୍ତ ରାମ ପାତ୍ର ଶ୍ରୀ ଯୁକ୍ତ ସୁନୀଳ ଶର୍ମା ଓ ବହୁ ବିଜେପି ନେତା ସାମିଲ ହୋଇଥିଲେ କେନ୍ଦ୍ର ମନ୍ତ୍ରୀ ଗୋଟିଏ ନାରା ଦେଉଥିଲେ ଏଥର ଓଡ଼ିଶାରୁ ବିଜେଡି ସରକାର ହଟାଅ ଡବଲ ଇଞିନ ସରକାର ଗଢ ନାରା ସହିତ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ସାରା ଢେଙ୍କାନାଳ ବଜାର ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ନାମାଙ୍କନ ଭରିବା ପରେ ଢେଙ୍କାନାଳ ବାସି ଙ୍କ ଆର୍ଶୀବାଦ ମୋ ଉପରେ ଅଛି ଓ ମୁଁ ବିଜେପି ଦଳର ମୁଁ ପୁରୁଣା ନେତା ଅଛି ଓ ଆଗକୁ ରହିବି ଓ କେନ୍ଦ୍ର ରେ ପୁଣି ବିଜେପି ସରକାର ଗଢିବା ନେଇ ମୋର ଦୃଢ ବିଶ୍ୱାସ ଅଛି