ଆଦିତ୍ୟ କେୟାର ହସ୍ପିଟାଲରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

ବିଜୟ ରତ୍ନ ପତି//ପାଟଣା //ସମୀକ୍ଷା ନିୟୁଜ
ପାଟଣା(୧୫/୦୩/୨୦୨୪):-କେନ୍ଦୁଝର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଟଣାରେ ଖୋଲି ଥିବା ଆଦିତ୍ୟ କେୟାର ହସ୍ପିଟାଲରେ ଚଢ଼ାଉ କରିବା ସହ କାଗଜପତ୍ର ଯାଞ୍ଚ କରିଛି । ସୂଚନାରୁ ପ୍ରକାଶ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ପାଟଣା ଅଞ୍ଚଳ କୌଣସି ବ୍ୟକ୍ତି ଆଦିତ୍ୟ କେୟାର ହସ୍ପିଟାଲ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଗୁରୁବାର ଦିନ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନିର୍ଦେଶ କ୍ରମେ ଏ.ଡି.ପି.ଏଚ୍.ଓ.(ଏଫ୍.ଡବ୍ଲୁ) ଡକ୍ଟର ପ୍ରଣତିନୀ ନାୟକ,ଦିଲ୍ଲୀପ କୁମାର ରାମ,ନୃସିଂହ ନନ୍ଦ ମିଳିତ ଭାବେ ଆଦିତ୍ୟ କେୟାର ହସ୍ପିଟାଲରେ ପହଁଞ୍ଚି ଚଢ଼ାଉ ସହ କାଗଜପତ୍ର ଯାଞ୍ଚ କରି ଥିଲେ। ଯାଞ୍ଚରୁ ଜଣା ପଡିଲା ଆଦିତ୍ୟ କେୟାର ହସ୍ପିଟାଲ ଖୋଲିବାକୁ ମାଲିକ ଅନୁମତି ଆବେଦନ କରିଥିବା ଜଣାପଡିବା ସହ ହସ୍ପିଟାଲ ରେ ରୋଗୀଙ୍କ ପାଇଁ କୌଣସି ପ୍ରସ୍ତୁତି ବ୍ୟବସ୍ଥା ନ ଥିବାରୁ ହସ୍ପିଟାଲ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏ.ଡି.ପି.ଏଚ୍.ଓ.(ଏଫ୍.ଡବ୍ଲୁ) ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *