ଇଣ୍ଡିଆ-ବୁକ୍-ଅଫ୍-ରେକର୍ଡରେ ଟାଙ୍ଗୀର କୁନି ପ୍ରତିଭା

ପ୍ରସନ୍ନ କୁମାର ସ୍ବାଇଁ// ବରିଷ୍ଠ ସାମ୍ବାଦିକ //ସମୀକ୍ଷା ନିୟୁଜ
ଖୋର୍ଦ୍ଧା, 1/7/2024: ଇଣ୍ଡିଆ-ବୁକ୍-ଅଫ୍-ରେକର୍ଡ ରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମର କୁନି ପ୍ରତିଭା ହେଉଛନ୍ତି ଅତୁଲ୍ୟା ଜେନା । ଅତୁଲ୍ୟା ଜେନା ଙ୍କର ବୟସ ହେଉଛି ମାତ୍ର ୩ ବର୍ଷ ୪ ମାସ । ଠିକ୍ ଭାବେ ସେ କଥା କହି ପାରୁନଥିବା ଏପରିକି ଠିକ୍ ସେ ଚାଲି ପାରୁନଥିବା ଏହି କୁନି ଝିଅ ଅତୁଲ୍ୟା ।ଏବେ ଟାଙ୍ଗୀ ଅଞ୍ଚଳର ଗର୍ବ ଓ ଗୈ।ରବର କଥା । ନିଜର ବିଚକ୍ଷଣ ବୁଦ୍ଧି ଓ ସ୍ମରଣ ଶକ୍ତିର ପ୍ରଭାବ ଯୋଗୁଁ ଇଣ୍ଡିଆ-ବୁକ୍-ଅଫ୍-ରେକର୍ଡ ରେ ସ୍ଥାନ ପାଇଛନ୍ତି ଅତୁଲ୍ୟା ଜେନା ।ଖବର ପ୍ରଘଟ ପରେ ସବୁଠି ଖୁସିର ମାହୋଲ୍ ଖେଳିଯାଇଛି ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମ ପଣସପୁର ସାହିର ବିଜୟ ଜେନା ଓ ସଂଯୁକ୍ତା କୁମାରୀ ସାହୁଙ୍କ ଙ୍କ ଗେହ୍ଲା ଝିଅ ହେଉଛି ଅତୁଲ୍ୟା । ଏତେ କମ ବର୍ଷ ବୟସରେ ସେ ଅତି ସୁନ୍ଦର ଭାବରେ ୮ ଟି ସଂସ୍କୃତ ଶ୍ଲୋକ, ରାଜ୍ୟ ଓ ତା’ର ରାଜଧାନୀ ର ନାମ, ୫ ଟି ଇନ୍ଦ୍ରିୟ ର ନାମ, ୨ ଟି ହିନ୍ଦୀ କବିତା, ୨ଟି ଓଡିଆ କବିତା ଓ ୩ଟି ଇଁରାଜୀ ଗୀତ କୁ ଅତି ପ୍ରାଞ୍ଜଳ ଭାବରେ ଉଚ୍ଚାରଣ କରି ପାରୁଛନ୍ତି ଅତୁଲ୍ୟା । ଝିଅର ଏଭଳି ପ୍ରତିଭାକୁ ନେଇ ପିତା-ମାତା ଓ ବନ୍ଧୁ-ପରିଜନ ଗର୍ବିତ ଥିବା ପରିବାର ଲୋକେ କହିଛନ୍ତି ।

Leave a Reply

Your email address will not be published. Required fields are marked *