ଉଦଳା: ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ୫ ଗିରଫ

ଅଞ୍ଜନ କୁମାର ରଣା //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
ମୟୁରଭଞ୍ଜ ଉଦଳା (03/05/24): ରାତିରେ ସ୍କୁଟିରେ ଆସୁଥିଲେ ଆଉ କାନ୍ଥ ତାଡି ମୋବାଇଲ ଦୋକାନରୁ ଚୋରି କରି ନେଉଥିଲେ। ଶେଷରେ ପୋଲିସ କବଜାରେ ଏବେ ସେହି ଆ
ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ। ଗତ ୨୫ ତାରିଖରେ ଖୁଣ୍ଟା ଅଞ୍ଚଳରେ ଏକ ମୋବାଇଲ ଦୋକାନ କାନ୍ଥ ତାଡି ଲୁଟେରା କଳାକନା ବୁଲାଇ ଦେଇଥିବା ଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୋଗର ତଦନ୍ତ କରିବା ପରେ ଆଜି ଏହି ଘଟଣାରେ ସମ୍ପୃକ୍ତ ୫ ଜଣ ଅନ୍ତଃ ଜିଲ୍ଲା ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କର ମାଷ୍ଟରମାଇଣ୍ଡ ଲୁଟେରା କପ୍ତିପଦା ଥାନା ଅଞ୍ଚଳର ଅମରଜିତ ପ୍ରଧାନକୁ ମଧ୍ୟ ପୋଲିସ ଗିରଫ କରିଛି। ଗିରଫ ଲୁଟେରାମାନଙ୍କ ନିକଟରୁ ଚୋରି କରିଥିବା ୨ ଗୋଟି ଟାଵଲେଟ,୩୬ ଟି ମୋବାଇଲ, ସିସିକ୍ୟାମେରା ସମେତ ଗୋଟିଏ ସ୍କୁଟି ଏବଂ ଲୁଟରେ ବ୍ୟବହାର କରୁଥିବା କଟର ପୋଲିସ ଜବତ କରିଛି। ଏହି ଲୁଟେରାମାନେ ବିଶେଷକରି ବିଭିନ୍ନ ମୋବାଇଲ ଦୋକାନ କୁ ଟାର୍ଗେଟ କରି ଲୁଟ କରୁଥିବା ବେଳେ ଏମାନେ ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲା ଅଞ୍ଚଳରେ ଅନେକ ଦୋକାନ ଲୁଟ ଅପରାଧରେ ସାମିଲ ରହିଛନ୍ତି। ଗିରଫ ୫ ଜଣକ ହେଲେ ରେମୁଣା ଅଞ୍ଚଳର ଶିବ ଦାସ, ପୃଥିରାଜ ପାତ୍ର, ଦିବ୍ୟରଞ୍ଜନ ବେହେରା, ନସୀମ ଖାନ ଏବଂ ମାଷ୍ଟରମାଇଣ୍ଡ କପ୍ତିପଦା ଅଞ୍ଚଳ ର ଅମରଜିତ ପ୍ରଧାନ।

Leave a Reply

Your email address will not be published. Required fields are marked *