ଓଏମସି ଶୁଆକାଠି ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ନୂତନ ପ୍ରସ୍ତାବିତ ରେଳ ଲାଇନକୁ ବିରୋଧକରି ଜିଲା ଟ୍ରକ ମାଲିକ ସଂଘର କେନ୍ଦୁଝର ବନ୍ଦ

ଅଞ୍ଜନ କୁମାର ରଣା //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କେନ୍ଦୁଝର, ୧୮/୦୩/୨୦୨୪: କେନ୍ଦୁଝର ଶୁଆକାଠି ସ୍ଥିତ ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ ପାଇଁ ୨୦ କୋଟି ଟଙ୍କା ବଜେଟ ରେ ବ୍ୟୟ ବରାଦ ପରେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ହୋଇଚି । ଯାହାକି ସିଧା ସଳଖ କେନ୍ଦୁଝର ଜିଲ୍ଲା ର ଭାତ ହାଣ୍ଡି କୁହା ଯାଉଥିବା ଟ୍ରକ ବ୍ୟବସାୟ ଭୂଷୁଡି ପଡ଼ିବାକୁ ଯାଉଅଛି । ତାହାକୁ ବିରୋଧ କରି ଆଜି ଜିଲା ଟ୍ରକ ମାଲିକ ସଂଘ କେନ୍ଦୁଝର ବନ୍ଦ କରିଛ, ଟ୍ରକ, ବସ , ଟ୍ରେନ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯିବା ସହିତ, ଅତ୍ୟାବଶ୍ୟକ ଯାନ ଗୁଡିକୁ ଛଡା ଯାଉଛି, କେନ୍ଦୁଝର ରେଳ ଷ୍ଟେସନ ସମେତ, ଜିଲାପାଳ ଅଫିସ, ଗାନ୍ଧୀ ଛକ,ଓଏମ୍ସି ଶୁଆକାଠି, ସହିତ ଜିଲାର ବିଭିନ୍ନ ସ୍ଥାନରେ ବନ୍ଦ କରାଯାଇଛି, ଟ୍ରକ ବ୍ୟବସାୟ ଉପରେ କେନ୍ଦୁଝରର ଅର୍ଥନୀତି ନିର୍ଭର କରୁଥିବା ବେଳେ ଟ୍ରେନ ରେ ଓଏମ୍ସି ଶୁଆକାଠି ଲୁହାପଥର ପରିବହନ ହେଲେ ଜିଲ୍ଲାର ୩୦ ହଜାର ଟ୍ରକ ମାଲିକ ଙ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୩ ଲକ୍ଷ ଲୋକ ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି ଟ୍ରକ ମାଲିକ ସଂଘ କର୍ମକର୍ତ୍ତା, ଆଜିର ଏହି ବନ୍ଦ କୁ ବସ ମାଲିକ ସଂଘ ,ବଣିକ ସଂଘ ସହ ୧୫ ଉର୍ଦ୍ଧ୍ବ ବିଭିନ୍ନ ସଙ୍ଗଠନ ସମର୍ଥନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *