ସୁଶାନ୍ତ ପ୍ରଧାନ //ସ୍ୱତନ୍ତ୍ର ପ୍ରତିନିଧି // ସମୀକ୍ଷା ନିୟୁଜ
ଢେଙ୍କାନାଳ, ୧୪/୦୪/୨୦୨୪:
ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ ଗଦାଶିଲା ଗ୍ରାମ ପଞ୍ଚାୟତ ସାଇଁବିରି ଗ୍ରାମ ରେ ଖୁବ ଧୁମଧାମରେ ମା ମଙ୍ଗଳା ଙ୍କ ର ଝାମୁଯାତ୍ରା କରା ଯାଇଛି କୁହାଯାଏ କି ଏହି ମନ୍ଦିରରେ ପୂଜା ପାଉଥିବା ମା ମଙ୍ଗଳା ଙ୍କ ନିକଟରେ କୌଣସି ଭକ୍ତ ଶ୍ରଧାର ସହ ମାନସିକ କଲେ ମା ପୁରଣ କରନ୍ତି କାହି କେତେ ଦୁର ଦୁରାନ୍ତରୁ ଏହି ଜାଗାକୁ ଝାମୁଯାତ୍ରା ରେ ହଜାର ହଜାର ଲୋକ ଙ୍କ ସମାଗମ ଦେଖିବାକୁ ମିଳିଥାଏ ଅନେକ ମାନସିକ ଧାରି ମାଙ୍କ ନିକଟରେ ସମର୍ପଣ ହୁଅନ୍ତି କୁହାଯାଏ କି ଉକ୍ତ ମନ୍ଦିର ବହୁ ପୂର୍ବରୁ ଏହି ଜାଗାରେ ଅବସ୍ଥିତ ଏହି ଝାମୁଯାତ୍ରା ରେ ଶିଶୁ ମାନଙ୍କୁମାନସିକ ଧାରି ବ୍ରତ ଝାମୁ ଧାରି ମାନେ ଅଗ୍ନି ଶିଖାରେ ଧରି ଧାଆନ୍ତି ଅନେକ ଶ୍ରଧାଲୁ ଉପବାସ ରହି ମାଙ୍କ ଆଗମନକୁ ଅପେକ୍ଷା କରନ୍ତି ଓ ମାନବ ଶରୀରରେ ମାଙ୍କ ଆର୍ବିଭାବ ହେଲା ଗ୍ରାମ ପରିକ୍ରମା କରନ୍ତି ଓ ପରେ ପ୍ରସାଦ ପାଇଁ ଘରକୁ ଫେରନ୍ତି ଏହି ଅବସରରେ ଗ୍ରାମର ଲୋକମାନେ ତରଭୁଜ ଦହି ବୁନ୍ଦିଆ ବେଲପଣା ଓ ଦହି ସରବତ ର ଆୟୋଜନ କରିଥିଲେ ଗ୍ରାମରେ ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ଶ୍ରୀଯୁକ୍ତ ଗଙ୍ଗାଧର ସାମଲ ଶ୍ରୀଯୁକ୍ତ ବିଜୟ ଧଲ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବାଳକୃଷ୍ଣ ସାହୁ ଓ ସାଈବିରି ଗ୍ରାମର ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ରାଉତ ଅନ୍ତର୍ଜାତୀୟ ପୂର୍ବତନ ଖେଲ ଶିକ୍ଷକ ଶ୍ରୀ ଯୁକ୍ତ ପୁରୁଷୋତ୍ତମ ରାଉତ ରାଜକିଶୋର ରାଉଲ ଓ ଗ୍ରାମର ଯୁବକ ସଂଘ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଝାମୁଯାତ୍ରା କୁ ସହଯୋଗ କରିଥିଲେ