ବିଜୟ ରତ୍ନ ପତି //ସାମ୍ବାଦିକ //ସମୀକ୍ଷା ନିୟୁଜ
ଢ଼େଙ୍କିକୋଟ (14/05/24) : ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨O ନମ୍ବର ଜାତିୟ ରାଜପଥ କପାସପଡ଼ା ବାଙ୍କ ଡ଼େଞ୍ଜର ଜୋନ ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଯାଇଛି l ତେବେ ଖବର୍ ନେବାରୁ ଜଣାଯାଏ ଯେ ଏକ ଟିଭିଏସ ବାଇକ ଯୋଗେ ଢ଼େଙ୍କିକୋଟ ଫାଣ୍ଡି ଭୋଳବେଡ଼ା ଗ୍ରାମର ମିତ୍ରଭାନୁ ବେହେରା ତାକଂ ସ୍ତ୍ରୀ ସୁଲେଖା ବେହେରା ସହିତ ଢ଼େଙ୍କିକୋଟ ଆଡକୁ ଆସୁଥିଲେ l ଅପରପକ୍ଷରୁ ପାଟଣାବ୍ଲକ ଷଡ଼ଙ୍ଗବାହାଳି ଗ୍ରାମର ଦୁଇଜଣ ଯୁବକ ଓ ଜନେ ମହିଳା ସ୍କୁଟି ଯୋଗେ ଢ଼େଙ୍କିକୋଟ ରୁ ପାଟଣା ଅଭିମୂଖେ ଯାଉଥିଲେ l ତେବେ କପାସପଡ଼ା ଡ଼େଞ୍ଜର ଜୋନ ଠାରେ ଏକ ଯାତ୍ରୀବlହି ବସ୍ କୁ ଓଭରଟେକ୍ କରିବାକୁ ଯାଇ ସ୍କୁଟି ଚାଳକ ବାଇକ ସହିତ ମୁହାମୁହିଁ ଧକ୍କା ଦେଇଥିଲା l ଫଳରେ ଖବରପାଇ ଢ଼େଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ସଙ୍ଗେସଙ୍ଗେ ସଭିଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ବାମପାଟଣା ଗୋଷ୍ଠୀସ୍ବାସ୍ତ୍ୟ କେନ୍ଦ୍ରକୁ ପଠାଇଥିଲେ l ସେଠାରେ ଭୋଳବେଡ଼ା ଗ୍ରାମର ମିତ୍ରଭାନୁ ବେହେରା ଓ ଷଡ଼ଙ୍ଗବାହାଳି ଗ୍ରାମର ଯଦୁ ମୁଣ୍ଡା କଂ ମୃତ୍ୟୁ ହୋଇଯାଇଛି l ଅନ୍ୟ ତିନିଜଣ ଗୁରୁତ୍ୱର ଆହତ ହୋଇଛନ୍ତି l