କପିଳାସ ଶ୍ରୀଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଚନ୍ଦନ ଯାତ୍ରା ଭିନ୍ନ ଏକ ପରମ୍ପରା

ଅସିତ କୁମାର ମହାନ୍ତି// ସାମ୍ବାଦିକ//ସମୀକ୍ଷା ନିୟୁଜ
ଢେଙ୍କାନାଳ, 10/05/2024 : କପିଳୀସସ୍ଥିତ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଚନ୍ଦନ ଯାତ୍ରା ଏକ ଭିନ୍ନ ପରମ୍ପରାରେ ପ୍ରଚଳିତ ହୋଇଆସୁଛି। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଚନ୍ଦନ । ଯାତ୍ରାରେ ଠାକୁରଙ୍କ ବିଜେ ପ୍ରତିମାଭାବରେ କେବଳ ମଦନ ମୋହନ ଚାପ ଖେଳିଥିବାବେଳେ କପିଳାସ ପୀଠର ଚଳନ୍ତି ପ୍ରତିମା ଶିବ ପାର୍ବତୀ ଚନ୍ଦନ ଯାତ୍ରା ଅବସରରେ ଚାପ ଖେଳିଥାନ୍ତି। ଚାପ ଖେଳିବାପରେ ଚଳନ୍ତି ପ୍ରତିମାକୁ ପାଣି କୁଣ୍ଡରେ ବୁଡ଼ାଇ ରଖାଯାଇଥାଏ। ଯ଼ାହାକି ଅନ୍ୟ ଅଞ୍ଚଳରେ ହେଉଥିବା ଚନ୍ଦନ ଯାତ୍ରାରେ ଦେଖାଦେଇ ନଥାଏ। ପବିତ୍ର ଅକ୍ଷୟ ତୃତୀୟାର ୪ ଦିନ ପୂର୍ବରୁ କପିଳାସ ପୀଠରେ ପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜଉ ଓ ଦେବୀ ପାର୍ବତୀଙ୍କର ଗୁପ୍ତ ଚନ୍ଦନ ଯାତ୍ରା ହୋଇଥାଏ। ଅକ୍ଷୟ ତୃତୀୟାରୁ ଶିବ ପାର୍ବତୀଙ୍କର ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରେ କପିଳୀସ ପୀଠରୁ ଢୋଲ, ଟମକ, ନିଶାଣ, ଭେରି, ତୁରୀ ଆଦି ବାଦ୍ୟ ସହ ଏକ ପଟୁଆରରେ କପିଳାସ ପାଦ ଦେଶରେ ଥିବା ଦେଓଗାଁ ପର୍ଯ୍ୟନ୍ତ ଅଣାଯାଇଥାଏ। ବାଟରେ ବିଶ୍ରାମ ଗୃହରେ ଶ୍ରୀ ଜିଉ କିଛି ସମୟ ବିଶ୍ରାମ କରିଥାନ୍ତି । କିନ୍ତୁ ସେହି ମନ୍ଦିରଟି ଦୀର୍ଘବର୍ଷ ଧରି ବଜ୍ର ଘାତରେ ଫାଟିଯାଇଥିବାରୁ ଦେଉଳର ସାମ୍ନାରେ ଶ୍ରୀ ଜିଉ ବିଶ୍ରାମ ନେଇଥାନ୍ତି। ଦେଓଗାଁ ସ୍ଥୃତ ଶ୍ରୀ ବଳଦେବଜୀଉଙ୍କ ପୀଠରେ ପହଞ୍ଚିବା ପରେ ଅନ୍ନେ ପ୍ରସାଦ ଲାଗି ହୋଇ ଶ୍ରୀ ଜିଉ ଚାପ ଖେଳିବାପାଇଁ ଶିବସାଗରକୁ ଯାଇଥାନ୍ତି । ଦ୍ବିପ୍ରରହର ରେ ଚାପ ଖେଳିବାପରେ ଶିବସାଗରରେ ଥିବା ବିଶ୍ରାମ ଗୃହରେ ସନ୍ଧ୍ୟା ପର୍ଯ୍ୟନ୍ତ ବିଶ୍ରାମ ନେଇଥାନ୍ତି। ସନ୍ଧ୍ୟା ବେଳେ ଉଖୁଡ଼ା ଓ ପିଠା ଭୋଗ ଖାଇ ପୁଣିଥରେ ଚାପ ଖେଳି ଫେରିଥାନ୍ତି ଶ୍ରୀ ବଳଦେବ ଜିଉଙ୍କ ମନ୍ଦିରକୁ । ରାତ୍ର ପ୍ରସାଦ ପରେ ଶ୍ରୀ ଜିଉଙ୍କର ପହଡ଼ି ପଡ଼ିଥାଏ । ବର୍ଷବର୍ଷ ଧରି ଏହି ପରମ୍ପରା ସେବକଙ୍କ ଦ୍ଵାରା ସୂଚାରୂରୂପେ ହୋଇ ଆସୁଛି। ଦେବୋତ୍ତର. ବିଭାଗ ଏଥି ପାଇଁ ଭୋଗରାଗ ଓ ସେବାୟତଙ୍କୁ ନିଯୋଗ କରିଥାନ୍ତି। ଶିବସାଗରରେ ଥିବା ବିଶ୍ରାମ ଗୃହକୁ ନୂଆ ରଙ୍ଗରେ ଲିପାପୋଛା କରାଯାଇଥାଏ। ଏଥିପାଇଁ ଉଦ୍ଦିଷ୍ଟ ଡଙ୍ଗାରେ ଶ୍ରୀଜୀଉଙ୍କୁ ବସାଇ ଦୁଇଥର ଚାପ ଖେଳାଇଥାନ୍ତି। ପ୍ରଥମ ଚାପ ଖେଳିବାପରେ ଶ୍ରୀ ଜୀଉଙ୍କୁ ପାଣି କୂଣ୍ତରେ ବେକଯାଏଁ ବୁଡ଼।ଇ ରଖାଯାଇଥାଏ। ଦ୍ବିତୀୟ ଚାପ ବେଳକୁ ଶ୍ରୀ ଜୀଉ କୁଣ୍ଡରୂ ବାହାରି ଚାପ ଖେଳିଥାନ୍ତି। ଏହାପରେ ପୁନଶ୍ଚ ଦେଓଗାଁ ସ୍ଥିତ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ୨୧ଦିନ ବ୍ୟାପୀ ଅନୁଷ୍ଠିତ ଏହି ଚନ୍ଦନ ଯାତ୍ରା ଅନୁଷ୍ଠୀତ ହୋଇଥାଏ ।

Leave a Reply

Your email address will not be published. Required fields are marked *