କେନ୍ଦୁଝର : ନିର୍ବାଚନ ସମୟରେ ଯୁବକ ମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବାର ଦୃଶ୍ୟ

ଅଞ୍ଜନ କୁମାର ରଣା //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କେନ୍ଦୁଝର (10/05/24): ଆଜି ବି ରାଜ୍ୟ ସରକାର ରେ କର୍ମନିଯୁକ୍ତି ଲୋକ ଙ୍କୁ ଯୋଗାଇ ପାରୁ ନାହିଁନ୍ତି ଯାହା ଫଳରେ ଅଞ୍ଚଳ ର ଯୁବକ ମାନେ ଦାଦନ ସମସ୍ୟା ଦୂର ହେଉ ନାହିଁ । ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି । ସେ ପୁଣି ଆଶ୍ଚର୍ଯ୍ୟ ର ବିଷୟ ନିଜ ମୌଳିକ ଅଧିକାରୀ ଛାଡି ନିର୍ବାଚନ ସମୟରେ ଦାଦନ ଖଟିବାକୁ ଯାଉ ଛନ୍ତି । ଏହା ଠୁ ଦୁଃଖଦ ଘଟଣା ଆଉ କଣ ହେଇ ପାରେ । ଅଞ୍ଚଳରେ ଦାଦନ ଦୁଃଖ କମି ବାର ନା ଧରୁ ନାହିଁ । ନିଜ ଅଞ୍ଚଳରେ କାମଧନ୍ଦା ନ ପାଇବାରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଏପରି ଗୃଭାଗ୍ୟ ଜନକ ଦୃଶ୍ୟ ଦେଖିବାକୁ ମିଳି ଛି । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ବଡ଼ବିଲ ପଞ୍ଚାୟତ ଅଞ୍ଚଳ ରୁ ସକାଳୁ ସକାଳୁ ଦଳ ବାନ୍ଧି ୧୦ଜଣ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉ ଥିବା ଦେଖିବାକୁ ମିଳିଛି । ଯେଉଁ ଠି ସରକାର ବଡ଼ ବଡ଼ ପୋଷ୍ଟର ,ବିଜ୍ଞାପନ ରେ ଯୁବକ ଙ୍କ ପାଇଁ କର୍ମନିଯୁକ୍ତି ଯୋଗାଇ ଦେବାକୁ ପଛାଉ ନାହାନ୍ତି । ତାର ଜଳନ୍ତ ଉଧାରଣ ୧୦ଜଣ ଯୁବକ ଙ୍କୁ ଦେଖି ଲେ ପ୍ରମାଣିତ ହୋଇ ଯାଉ ଛି। ଯେଉଁ ଠି ରାଜ୍ୟ ନିର୍ବାଚନ ଆଉ କେତେ ଟି ଦିନ ରହିଥିବା ବେଳେ ନିଜର ମୌଳିକ ଅଧିକାର କୁ ଭୋଟ କୁ ଛାଡି ଅନ୍ୟ ରାଜ୍ୟ କୁ ଦାଦନ ଖଟି ବାକୁ ଯାଉ ଛନ୍ତି । ଏହା କଣ ରାଜ୍ୟ ସରକାର ଙ୍କ ଯୁବକ ମାନ ଙ୍କ ପାଇଁ କର୍ମ ନିଯୁକ୍ତି ଯୋଜନା ଦୃଶ୍ୟ ଦର୍ଶାଉ ଛି । ରାଜ୍ୟ ସରକାର ମନରେଗା ଯୋଜନାରେ ଯୁବକ ମାନଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାକୁ ବାହା ବାହା ନେଉ ଥିବା ସ୍ପଷ୍ଟ ଚିତ୍ର । ଯେଉଁ ଠି ୧୦ଜଣ ଯୁବକ ଦାଦନ ଖଟି ବାକୁ ବାଙ୍ଗାଲୋର ଯାଇ ଥିବା କହିଛନ୍ତି। ଏହି ଯୁବକ ମାନେ ବାରଟୁଣିଆ, ହରିହରପୁର ଓ ମେଦିନିପୁର ଗ୍ରାମର ବୋଲି ଜଣାପଡିଛି।କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପୂର୍ଣ ଜିଲ୍ଲା ହୋଇ ଥିବା ବେଳେ ଏଠାରେ ଅନେକ ଯୁବକ ବାହାର ରାଜ୍ୟ ର ପିଲା ନିଯୁକ୍ତି ହୋଇ ଥିବା ବେଳେ କେନ୍ଦୁଝର ମାଟିର ପିଲା ମାନେ ଅନ୍ୟ ରାଜ୍ୟ କୁ ଦାଦନ ଖଟି ବାକୁ ଯିବା କେତେ ଦୂର ଯଥାର୍ଥ ଏହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି କେନ୍ଦୁଝର ର ଜନ ସାଧାରଣ ପାଇଁ

Leave a Reply

Your email address will not be published. Required fields are marked *