ଅଞ୍ଜନ କୁମାର ରଣା /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ
କେନ୍ଦୁଝର : ଜିଲ୍ଲାର ପାଟଣା ବ୍ଲକ ବୁଢୀକାପୁଡି ପଂଚାୟତ ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ଏବଂ ପୁରନ୍ଦରପୁର ଗ୍ରାମରେ ଆବାସ ଯୋଜନାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।ସୂଚନା ମୁତାବକ ଅଧା ପନ୍ତରିଆ ହୋଇ ପଡିରହିଥିବା ଘରକୁ ସଂପୂଣ୍ଣ ହୋଇଥିବା ଦର୍ଶାଯାଇ ସରକାରୀ ଅର୍ଥକୁ ହଡ଼ପ କରାଯାଇଛି।ତେନ୍ତୁଳୀଖୁଣ୍ଟି ଗ୍ରାମର ବିମଳା ମହାନ୍ତ ୱାର୍କ ଓର୍ଡ଼ର no- OR153115193 ଗ୍ରାମର ଦ୍ରୋପଦୀ ମହାନ୍ତ ପିତା କୃପାସିନ୍ଧୁ ମହାନ୍ତ ୱାର୍କ ଓର୍ଡ଼ର ନ- No OR153635830 ଘରକୁ ତା- 28.9.2023ରେ ରୋଫ ଲେବୁଲ ଫୋଟ ଏବଂ 20.10.2023 ତାରିଖରେ ଘର ଛାତ ପଡି ଥିବାର false ଫଟୋ ଦେଇ ଆକାଉଣ୍ଟ କୁ ପେମେଂଟ ଆସିଥିବା ସ୍ୱତେ ଏପର୍ଯ୍ୟନ୍ତ ଛାତ ପଡ଼ିନାହିଁ ସେହିପରି ତେନ୍ତୁଳୀଖୁଣ୍ଟି ଗ୍ରାମର ବାଗୁନ ମୁଣ୍ଡା ପିତା ଲଷ୍ମଣ ମୁଣ୍ଡା ୱାର୍କ ଓର୍ଡ଼ର ନ – OR 153635812 24.11.2O23ରେ ରୋଫ ଲେବେଲ ଫଟୋ ଏବଂ 23.1.2024ରେ ଘର ସଂପୂଣ୍ଣ ହୋଇ ଆକାଉଣ୍ଟ କୁ ସମୁଦାୟ ପଇସା ଆସିଥିବା ସ୍ୱତେ ଦୁଇ ଜଣଙ୍କ ଛାତ ପଡି ନ ଥିଲେ ମଧ୍ୟ ଛାତ ପଡିଛି ବୋଲି ତାରିଖ 15.3.2024. ସଂପୂଣ୍ଣ ବିଲ କରାଯାଇଛି।ଅସମ୍ପୂର୍ଣ୍ଣ ଘର କୁ କିପରି ସଂପୂଣ୍ଣ ହୋଇଛି ବୋଲି ବିଲ ପାସ କରାଗଲା ଏବଂ ପଛରେ କାହାର ହାତ ଅଛି ତାହା ବର୍ତ୍ତମାନ ବୁଦ୍ଧିଜୀବୀ ମହଲରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖବର ପାଇ ବୁଢ଼ିକାପୁଡି ଗ୍ରାମ ପଞ୍ଚାୟତ ସରପଞ୍ଚ ମମତା ନାୟକ ଓ peo ଦିଲ୍ଲୀପ କୁମାର ବେହେରା ଘଟଣା ସ୍ଥଳରେ ପହଁଚି ଘଟଣା ତଦାରଖ କରିବା ସହ ବୁଡ଼ି କପୁଡି ସରପଞ୍ଚ ମମତା ନାୟକ ଏ ହି ଦୁର୍ନୀତି ର ସମାଧାନ ପାଇଁ ବଡିଓ ଶିବ ଶଙ୍କର ମୁର୍ମୁ ପାଖରେ ଅଭିଯୋଗ କରିଛନ୍ତି।