ପ୍ରଭାତ କୁମାର ସାହୁ /ପ୍ରତିନିଧି /ସମୀକ୍ଷା ନିୟୁଜ
କେନ୍ଦୁଝର (28/06/24) : କେନ୍ଦୁଝର ଜିଲାରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀ କୁଳ ଚିନ୍ତା ରେ ପଡି ଯାଇଛନ୍ତି,, ପାଟଣା ବ୍ଲକ,, ଚମ୍ପୁଆ,, ସହାରପଡା,, ଯୋଡ଼ା,, ତେଲକୋଇ,, ଘଟଗାଁ ପ୍ରଭୃତି ବ୍ଲକ ରେ ଜୁନ ମାସ ସାରିବାକୁ ବସି ଥିବା ବେଳେ ଏପର୍ୟ୍ଯନ୍ତ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ,,, ଗତ ବର୍ଷ ଏହି ସମୟରେ ଚାଷୀ ବୁଣା ବୁଣି ସହିତ ଧାନ ତଳି ଦେଇ ପଚାଶ ଭାଗ ଜମି ରେ ଚାଷ ସରିଯାଇଥିଲା,, ଏ ବର୍ଷ ମୌସମୀ ର ଲୁଚକାଳି ଖେଳ ରେ ସୀମିତ ବର୍ଷା ପାଇଁ ଚାଷ କାମ ଆରମ୍ଭ ହୋଇ ନ ପାରିବାରୁ ଚିନ୍ତା ରେ ଚାଷୀ କୁଳ,, ଏବର୍ଷ ବର୍ଷା କଣ ହେବ କଣ ନାହିଁ ଏ ପର୍ଯ୍ୟନ୍ତ ଠିକଣା ନଥିବାରୁ କଲେ ସମ୍ପୂର୍ଣ ଜମି ପଡିଆ ପଡିଗଲେ ମରୁଡି ପରିସ୍ଥିତି ଉପୁଜି ପାରେ ବୋଲି ଚିନ୍ତା କଲେଣି ଚାଷୀ,, ଆମେ ଯେତେବେଳେ କିଛି ଚାଷୀ ଙ୍କ ପତିକ୍ରିୟା ନେଇଥୁଲୁ ଆଗାମୀ ପାଞ୍ଚ ରୁ ସାତ ଦିନ ଭିତରେ ବର୍ଷା ନ ହେଲେ ଚାଷ ପଛାଇ ଯିବା ସହିତ କେନ୍ଦୁଝର ଜିଲ୍ଲା ରେ ମରୁଡି ପରିସ୍ଥିତି ସୃଷ୍ଟି ହେବ