ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ମାର୍ଗ ପ୍ରକଳ୍ପକୁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କଲେ ସାଂସଦ ଅନନ୍ତ ନାୟକ
• କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ଲୋକଙ୍କୁ ମିଳିବ ପ୍ରକଳ୍ପର ଲାଭ
• ଅନୁମୋଦିତ 8ଟି ରେଳ ପ୍ରକଳ୍ପରୁ 6ଟି ପ୍ରକଳ୍ପ ଓଡିଶାର ହୋଇଥିବା ମୋଦୀ ସରକାରଙ୍କ ଓଡିଶା ପ୍ରତି ପ୍ରତିବଦ୍ଧତାର ପ୍ରମାଣ
ଡ଼ ସନ୍ଦୀପ କୁମାର ପଟ୍ଟନାୟକ //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
ନୂଆଦିଲ୍ଲୀ / କେନ୍ଦୁଝର, 10 ଅଗଷ୍ଟ – ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ମାର୍ଗ ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବାରୁ କେନ୍ଦୁଝର ସାଂସଦ ଅନନ୍ତ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ଦୀର୍ଘ ଦିନରୁ କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ଲୋକଙ୍କ ଦ୍ୱାରା କରାଯାଇଥିବା ଏହି ଦାବିକୁ ପୂରଣ କରାଯାଇଛି । କ୍ୟାବିନେଟ ଅନୁମୋଦନ ପରେ ଏହି ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହେବ ଓ ଉଭୟ ଜିଲ୍ଲାକୁ ଏହାର ଲାଭ ମିଳିବ ବୋଲି ଶ୍ରୀ ନାୟକ ତାଙ୍କର ପ୍ରତକ୍ରିୟାରେ କହିଛନ୍ତି ।
ଉଲ୍ଲେଖନୀୟ ଯେ କିଛି ଦିନ ପୂର୍ବରୁ ଶ୍ରୀ ନାୟକ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ ।
ଶ୍ରୀ ନାୟକ ଆହୁରି କହିଛନ୍ତି ଯେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ରେଳ ମନ୍ତ୍ରଣାଳୟର ୮ଟି ନୂଆ ରେଳ ମାର୍ଗ ପ୍ରକଳ୍ପକୁ ଅନୁମୋଦନ କରା ଯାଇଥିବା ବେଳେ ସେଥିର 6ଟି ପ୍ରକଳ୍ପ ଓଡିଶାର ରହିଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶାର ବିକାଶ ପାଇଁ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି ।
ଏହି ପ୍ରକଳ୍ପ ଗୁଡିକ ଦ୍ୱାରା କେନ୍ଦୁଝର, ମୟୁରଭଂଜ ସମେତ ଓଡିଶାର ବିଭିନ୍ନ ଅଂଚଳର ଆର୍ଥିକ ଅଭିବୃଦ୍ଧି ହେବା ସହ ପର୍ଯ୍ୟଟନ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ହେବ । ଓଡ଼ିଶା ଓ ପଡୋଶୀ ରାଜ୍ୟର ଶିଳ୍ପାଞ୍ଚଳର ବିକାଶ ହେବ ।
ଶ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ l ଗୁରୁଜୀରୁ ସରପଞ୍ଚ, ସରପଞ୍ଚରୁ ବିଧାୟକ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେବାର ତାଙ୍କ ରାଜନୈତିକ ଜୀବନକୁ ନେଇ ସମୀକ୍ଷା ନିୟୁଜର ସ୍ୱତନ୍ତ୍ର ଉପସ୍ଥାପନା କରିଛନ୍ତି ସମୀକ୍ଷା ସମ୍ପାଦକ ଡ଼ଃ ମହେଶ୍ୱର l ଧନ୍ୟବାଦ 🙏🏼 @samikshanewslive 9040077035