ଭୁବନେଶ୍ୱର: ରୋଜଗାର ମେଳାରେ ଆଜି ୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ମିଳିଛି । ଦେଶର ୪୭ ସ୍ଥାନରେ ରାଷ୍ଟ୍ରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ସାମିଲ ହୋଇ ପ୍ରଥମେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ନିଯୁକ୍ତି ପାଇଥିବା ଯୁବବର୍ଗଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଲଗାତାର ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯାଉଛି । ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ଆରମ୍ଭ କରି ନିଯୁକ୍ତି ମିଳିବା ପର୍ଯ୍ୟନ୍ତ ଦୀର୍ଘ ସମୟ ଲାଗୁଥିଲା । ଯେଉଁ ସମୟରେ ନିଯୁକ୍ତି ପାଇଁ ଟଙ୍କା କାରବାର ହେଉଥିଲା । କିନ୍ତୁ ଏବେ ପୂରା ପାରଦର୍ଶିତାର ସହ କେନ୍ଦ୍ର ସରକାର ନିଯୁକ୍ତି ଦେଉଛନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ରୋଜଗାର ମେଳାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୩ ଶହ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଯୁବବର୍ଗଙ୍କ ନିଯୁକ୍ତି ପ୍ରଦାନକୁ ପ୍ରାଥମିକତା ଆଧାରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆଧାରରେ ଏହି ରୋଜଗାର ମେଳା ଆୟୋଜନ କରାଯାଉଛି ।