ଖବର ଆଜିର

୦୧- କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଐତିହାସିକ ଘୋଷଣା।କେନ୍ଦୁପତ୍ର ସହ ବଞ୍ଚୁଥିବା ଲୋକଙ୍କ କଲ୍ୟାଣ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ:ପାଣ୍ଡିଆନ।

୨- ଭୁବନେଶ୍ବର: ରାଜଧାନୀର ଲୋକସଂଖ୍ୟା ୧୫ ଲକ୍ଷରୁ ଅଧିକ। ଏତେ ବିଶାଳ ଜନସଂଖ୍ୟା ବିଶିଷ୍ଟ ସହରରେ ସରକାରୀସ୍ତରରେ ମାତ୍ର ୧୬ଟି ଆଇସିୟୁ ରହିଛି।

୩- ଭୁବନେଶ୍ବର:ରାଜଧାନୀରେ ଆଇସିୟୁ ଅଭାବ କ୍ୟାପିଟାଲ ହସ୍ପିଟାଲରେ ମାତ୍ର ୧୬ ଆଇସିୟୁ, ଘରୋଇ ହସ୍ପିଟାଲ୍‌ ଭରସା।

୪- ‌ବାଘଛାଲର ଗଡ୍‌ଫାଦର୍ କୋଲକାତାର ରାହୁଲ: ଓଡ଼ିଶାରୁ ୬୦ ହଜାରରେ କିଣି ୫୦ ଲକ୍ଷରେ ବିକ୍ରି।ହନୁମାନ ପଇସାରୁ ବାଘ ଛାଲ ମାଫିଆଙ୍କ ସମ୍ପର୍କ, ଗଞ୍ଜାମ ଦିଗପହଣ୍ଡିରୁ ଶିକାରୀ ସମେତ ଆହୁରି ୫ ଗିରଫ ।

୫- ନୂଆଦିଲ୍ଲୀ: ଫେବ୍ରୁଆରି ୨୭ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ତାଲିକା ଜାରି କରିଛି । କାର୍ଯ୍ୟକାଳ ଶେଷ ହେଉଥିବା ୮ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ ମିଳିନାହିଁ ।

୬- ଜିଲ୍ଲାସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ, ୧୩ ଜିଲ୍ଲା କଂଗ୍ରେସ ସଭାପତି ବଦଳିଲେ।

୭- ମାଟି ପାଇଁ ମାରାଥନ୍: ପେସା କୋଠା ନିର୍ମାଣ, ନିଶା ମାଟି ମା’ର ସ୍ବାସ୍ଥ୍ୟରକ୍ଷା।ସଡ଼କରୁ ସୁବ୍ରମଣ୍ୟମ ଦେଉଛନ୍ତି ‘ସେଭ୍ ସଏଲ୍’ ବାର୍ତ୍ତା ।

୮- ସୋର: ସିକ୍ୟୁରିଟି ଗାର୍ଡଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟସେବା। କିଏ ରୋଗୀଙ୍କ ନାମରେ ଟିକେଟ୍‌ କାଟୁଛି ତ ଆଉ କିଏ ପ୍ରେସ୍‌କ୍ରିପ୍‌ସନ୍‌ରେ ରୋଗୀଙ୍କ ନାମ ଲେଖିବା ସହ ରକ୍ତଚାପ ଓ ଓଜନ ମାପୁଛି।

୯- ବିହାର ରାଜନୀତି: ଆସ୍ଥାଭୋଟ୍‌ ଆଜି ଛକାପଞ୍ଝା ଜାରି ଜେଡିୟୁର ୩ ବିଧାୟକ ଧରାଛୁଆଁ ଦେଉ ନାହାନ୍ତି, ହାଇଦ୍ରାବାଦରୁ ଫେରିଲେ କଂଗ୍ରେସ ବିଧାୟକ।

୧୦- ଚର୍ଚ୍ଚାରେ ବିବେକ ରାମାସ୍ବାମୀଙ୍କ ବୟାନ: ମିସେଲ୍‌ ଓବାମା ହୋଇପାରନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ।

୧୧- ବେନୋନି: ବରିଷ୍ଠଙ୍କ ଭଳି ଭାରତୀୟ କନିଷ୍ଠ କ୍ରିକେଟ୍ ଦଳ ମଧ୍ୟ ‌‌‌ଶେଷ ପରୀକ୍ଷାରେ ଝୁଣ୍ଟିଛି। ଫାଇନାଲ୍‌ରେ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆଠୁ ୭୯ ରନ୍‌ର ବୃହତ୍ ବ୍ୟବଧାନରେ ହାରି ପୁରୁଷ ୧୯ ବର୍ଷରୁ କମ୍ ବିଶ୍ବକପ୍‌ର ଉପବିଜେତାରେ ସନ୍ତୁଷ୍ଟ ରହିଛି।

୧୨- ଝାରସୁଗୁଡ଼ା: ଝାରସୁୁଗୁଡ଼ା ଓ କଳାହାଣ୍ଡି ଜିଲ୍ଳାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୪୫ ଜଣ ଗୁରୁତର ହୋଇଛନ୍ତି।

୧୩- ପାକିସ୍ତାନରେ ଅସ୍ବାଭାବିକ ସ୍ଥିତି: ସେନାକୁ ବିରୋଧ କରି ଲୋକେ ରାସ୍ତାରେ ।ଇମ୍ରାନଙ୍କ ବିଜୟ ସତ୍ତ୍ବେ ସେନା ସହାୟତାରେ ମେଣ୍ଟ ସରକାର।

୧୪- ରଣଜୀ ଟ୍ରଫି: ଅକଳରେ ଓଡ଼ିଶା, ଲୋଡ଼ା ୩୬୦ ରନ୍‌ ହାତରେ ୮ ୱିକେଟ୍‌।

୧୫- ନୂଆଦିଲ୍ଲୀ: ଭେଟେରାନ୍ ଟେନିସ୍‌ ଖେଳାଳି ରୋହନ ବୋପାନ୍ନାଙ୍କ ବଡ଼ ପ୍ରଶଂସକଙ୍କ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଯୁବ ଓପନର୍‌ ଶୁବମନ ଗିଲ୍‌।

୧୬- ଭୁବନେଶ୍ବର: ଚଳିତ ଏଫଆଇଏଚ୍‌ ପୁରୁଷ ହକି ପ୍ରୋ-ଲିଗ୍‌‌ରେ ରବିବାର ଭାରତ ଓ ନେଦରଲାଣ୍ଡ୍‌ସ ମୁକାବିଲା ରୋମାଞ୍ଚକ ଭାବେ ଶେଷ ‌ହୋଇଛି। ନିୟମିତ ସମୟରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷ ହୋଇଥିଲେ ମଧ୍ୟ ଭାରତ ସୁଟ୍‌ ଆଉଟ୍‌ (୪-୨)ରେ ବିଜୟୀ ହୋଇ ବୋନସ୍‌ ପଏଣ୍ଟ୍‌ ପାଇଛି। ।

୧୭- ଭିମ୍‌ସାର୍‌ ଉନ୍ନତୀକରଣରେ ଖର୍ଚ୍ଚହେବ ହଜାରେ କୋଟି: ୫-ଟି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ।

🙏

Leave a Reply

Your email address will not be published. Required fields are marked *