ଖାଦ୍ୟରେ ଝିଟିପିଟି: କେନ୍ଦୁଝର ପୌରପାଳିକା ଫୁଡ଼ ଇନିସ୍ପେକଟର ନିଦ୍ରାରେ

ଅଞ୍ଜନ କୁମାର ରଣା //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କେନ୍ଦୁଝର ଟାଉନ ଥାନା ଜଗନ୍ନାଥପୁର ନିକଟ କାଞ୍ଚନ ହୋଟେଲ ରେ ଖାଉଥିବା ସମୟ ରେ ଜଣେ ବ୍ୟକ୍ତି ଝିଟିପିଟି ପାଇଥିଲେ। ଦେଖନ୍ତୁ କିପରି ତରକାରୀ ରେ ଜିଟିପିଟି ପଡିଛି। ପ୍ରାୟ ଦଶ ରୁ ଉର୍ଦ୍ଧ ଜଣ ଏହି ତରକାରୀ ଖାଇଥିବା ଜଣାପଡିଛି। ଖବର ପାଇ ଟାଉନ ପୋଲିସ ଘଟଣା ସ୍ଥଳ ରେ ପହଂଚି ଲୋକଙ୍କୁ ମେଡିକାଲ ଆଣିଥିଲା। ସେଥିମଧ୍ୟରୁ ତିନି ଜଣ ଅସୁସ୍ଥତା ଅନୁଭାବ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ଚିକିତ୍ସା ପାଇ ଆସିଥିବା ଜଣାପଡିଛି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱସ୍ଥିୟା ଅବସ୍ଥା ଠିକ ଥିବା କହିଛନ୍ତି ଡାକ୍ତର। ପୂର୍ବରୁ ମିଠା ରେ ମୂଷା ପଡ଼ିଥିବା ନଜର କୁ ଆସିଥିଲା । ସହର ର ବିଭିନ୍ନ ରାସ୍ତା କଡ଼ରେ ହୋଟେଲ ରହିଥିବା ବେଳେ ସହ ସହ ଲୋକ ଖାଉଛନ୍ତି। ବିଭିନ୍ନ ସମୟ ରେ ପୌରପାଳିକା ପକ୍ଷରୁ ଯେଉଁ ଯାଞ୍ଚ ହେବା କଥା ଠିକ ସମୟ ରେ ହେଉନାହିଁ।

Leave a Reply

Your email address will not be published. Required fields are marked *