ବ୍ରହ୍ମପୁର (ଅନନ୍ତ ନାରାୟଣ ମହାନ୍ତି, ଗଞ୍ଜାମ ଜିଲ୍ଲା ପ୍ରତିନିଧି) ୧୫-୦୨-୨୦୨୪। ଗତକାଲି ମୁଖ୍ଯମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ଏବଂ ଛତ୍ରପୁର ଗସ୍ତ ଅବସରେ ଗଞ୍ଜାମର ଯୁବକ ମାନଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଛନ୍ତି। ଗଞ୍ଜାମରେ ଶିଳ୍ପ ଓ ନିଯୁକ୍ତିର ସୁଯୋଗ ପାଇଁ ନୂଆ ନିଷ୍ପତି ନେଲେ ମୁଖ୍ଯମନ୍ତ୍ରୀ। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ₹୨୭,୦୦୦ କୋଟି ବ୍ୟୟରେ ବୃହତ ଗ୍ରୀନ୍ ଆମୋନିଆ ପ୍ଳାଣ୍ଟ, ₹୮,୦୦୦ କୋଟି ବ୍ୟୟରେ ଆଭାଡା ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଳାଣ୍ଟ ଓ ₹୧୨୮.୮୮ କୋଟି ବ୍ୟୟରେ ୟୁଟିଲିଟି କରିଡରର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପ୍ରତ୍ଯକ୍ଷ ଓ ପରୋକ୍ଷ ଭାବେ ଜିଲ୍ଲାରେ ୫,୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଜଣାପଡିଛି।