ଅନନ୍ତ ନାରାୟଣ ମହାନ୍ତି/ଜିଲ୍ଲା ପ୍ରତିନିଧି//ସମୀକ୍ଷା ନିୟୁଜ
ବ୍ରହ୍ମପୁର(୨୩-୦୨-୨୦୨୪): ଗଞ୍ଜାମ ଅଧିବକ୍ତା ସଂଘର ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ମାନ୍ୟବର ସିତାଂଶୁ ମୋହନ ଦ୍ବିବେଦୀ, ଉପାଧ୍ୟକ୍ଷ ମାନ୍ୟବର ରାଜୀବ କୁମାର ମହାନ୍ତି, ପରିଷଦର ଉପଦେଷ୍ଟା ମାନ୍ୟବର ମିଲନ କାନୁନଗୋଙ୍କ ସମେତ ପରିଷଦର ମାନ୍ୟବର ସଦସ୍ଯ ବୃନ୍ଦଙ୍କୁ ଗଞ୍ଜାମ ଜିଲ୍ଲା ଅଧିବକ୍ତା ସଂଘର କର୍ମକର୍ତ୍ତା ଗଣ ମଞ୍ଚାସୀନ ରହି ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ଗଞ୍ଜାମ ଓକିଲ ସଂଘର ବହୁ ସଦସ୍ଯ ଉପସ୍ଥିତ ଥିଲେ।