ପ୍ରମୋଦ କୁମାର ମହାନ୍ତ//ଜିଲ୍ଲା ପ୍ରତିନିଧି //ସମୀକ୍ଷା ନିୟୁଜ
କେଉଁଝର/ଯୋଡ଼ା:- କେନ୍ଦୁଝର ସଂସଦୀୟ କ୍ଷେତ୍ର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ଚମ୍ପୁଆ ବିଜେଡ଼ି କାର୍ଯ୍ୟାଳୟରେ ପୂଜାର୍ଚ୍ଚନା ସାରି ସମର୍ଥକଙ୍କ ବିରାଟ ପଟୁଆରରେ ବାଜା, ବାଣ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ତେବେ ଚମ୍ପୁଆ କାର୍ଯ୍ୟାଳୟରୁ ପୂର୍ବାହ୍ନ ୧୧ଟା ରୁ ବାହାରି ଷ୍ଟାଡିୟମ ରସ୍ତା ଦେଇ ଉପ୍ଲିଲାପଲଙ୍କ କାର୍ଯ୍ୟାଳୟରେ ଦିବା ଏକ ଘଟିକା ସମୟରେ ପହଞ୍ଚିଥିଲେ। ପ୍ରଚଣ୍ଡ ରୁଦ୍ର ତାପ ସତ୍ଵ୍ଵେ ବିଜେଡ଼ି କର୍ମୀ ଓ ସନା ପ୍ରେମୀ ମାନେ ଗରମକୁ ଖାତିର ନକରି ରାସ୍ତାରେ ନାଚ,ଗୀତରେ ମସଗୁଲ ହୋଇ ତାଙ୍କର ପ୍ରିୟ ନେତା ସନାତନଙ୍କୁ ପୁଷ୍ପ ବୃଷ୍ଟି କରିବା ସହିତ ସନାତନ ମହାକୁଡ଼ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ର ସ୍ଲୋଗାନ ମାନ ଦେଇ ଚମ୍ପୁଆ ବିଜ୍ଞାପିତ ପରିଷଦ ଅଞ୍ଚଳକୁ ପ୍ରକମ୍ପିତ କରାଇଥିଲେ। ସନାତନଙ୍କ ଏହି ପଟୁଆର ରେ କେନ୍ଦୁଝର ବିଜେଡ଼ିର ବରିଷ୍ଠ ନେତା ମାନେ ଯଥା ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ବିଜଦ ଜିଲ୍ଲା ସଭାପତି କୁଶ ଆପଟ, ଚମ୍ପୁଆ ଏନ୍.ଏ. ସି. ଅଧକ୍ଷ ଗିରିଜା ଶଙ୍କର ସାହୁ, ବଡ଼ବିଲ ପୌରାଧାକ୍ଷ ଲକ୍ଷ୍ମଣ ମହାନ୍ତ, ଯୋଡ଼ା ପୌରାଧକ୍ଷ ଡ଼ା. ଜଗଦିଶ ପ୍ରାସାଦ ସାହୁ ଏବଂ ପୂର୍ବତନ ଯୋଡ଼ା ଟ୍ରକ ଓନର ଆସୋସିଏସନ୍ ର ସମ୍ପାଦକ ରବି ଦାସ ପ୍ରମୁଖ ତୁଙ୍ଗ ନେତାମାନେ ଉପସ୍ଥିତ ରହି ନାମାଙ୍କନ ପତ୍ର ଦାଖଲ କରିଥିଲେ।