ଚଳନ୍ତି ପ୍ରତିମା ପାଟଣାଗଡ଼ର ମାଁ ପାଟଣେଶ୍ୱରୀ

ଦୀପଙ୍କର ଶ୍ୟାମଲ/ସ୍ୱତନ୍ତ୍ର ପ୍ରତିନିଧି//ସମୀକ୍ଷା ନ୍ୟୁଜ ପାଟଣାଗଡ଼, ୨୦/୦୨/୨୦୨୪
ସମଗ୍ର ବିଶ୍ୱରେ ଭାରତ ଭୂମି ଏକ ଶ୍ରେଷ୍ଠ, ଚିର ବନ୍ଦନୀୟ ଓ ସର୍ବତ୍ର ପୂଜିତା ଦେଶ, ଯାହାର ଗରିମା ଏବଂ ବ୍ୟାଖ୍ୟା କରିବା ଅସମ୍ଭବ। କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ବ୍ୟାପି ଏହି ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷ ଦେଶରେ ସଭିଏଁ ମିଳିମିଶିକି ପାଳନ୍ତି ବିଭିନ୍ନ ପର୍ବପର୍ବାଣି । ଯଶ, କୀର୍ତ୍ତି, କଳା ଓ ଭାସ୍କର୍ଯ୍ୟରେ ପୂର୍ଣ୍ଣ ଏହି ଐତିହାସିକ ଭାରତ ବର୍ଷ ଅନେକ ଦେବା ଦେବୀଙ୍କ ନିଵାସ ସ୍ଥଳୀ।
ପବିତ୍ର ଭାରତ ଭୂମିରେ ଓଡ଼ିଶା ରାଜ୍ୟର ବଲାଙ୍ଗୀର ଠାରୁ ୪୦ କିଲୋମିଟର ପଶ୍ଚିମରେ ଅବସ୍ଥିତ ପାଟନାଗଡ, ପାଟନା ରାଜ୍ୟର ପୁରାତନ ରାଜଧାନୀ ପ୍ରାଚୀନ କାଳର ମନ୍ଦିର ସହିତ ଗର୍ବର ସହିତ ଠିଆ ହୋଇଛି। ପୌରାଣିକ, ଅତୀତ ଏବଂ ବର୍ତ୍ତମାନର ଲୋକପ୍ରିୟତା ସହିତ ଆଧୁନିକ ପାଟଣାଗଡ଼ ହେଉଛି ମିଶ୍ରଣ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସହର ଅନେକ ଐତିହାସିକ ପ୍ରାଚୀନ ମନ୍ଦିର ପାଇଁ ପ୍ରସିଦ୍ଧ। ମଧ୍ୟଯୁଗରେ ଶକ୍ତିର କେନ୍ଦ୍ରବିନ୍ଦୁ ତଥା ଦକ୍ଷିଣ କୋଶଲ ଅଧୀନରେ ଆସୁଥିବା ଅଠରଟି ଗଡର ରାଜଧାନୀ ଥିଲା ପାଟନାଗଡ । ଖ୍ରୀଷ୍ଟପୂର୍ବ ଦ୍ୱାଦଶ ଶତାବ୍ଦୀରେ ଦିଲ୍ଲୀର ପ୍ରସିଦ୍ଧ ରାଜା ପୃଥ୍ୱୀରାଜ ଚୌହାନ ଆସି ପାଟଣା ରାଜ୍ୟର ମୂଳଦୁଆ ସ୍ଥାପନ କରିଥିଲେ ।
ପାଟଣାଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଗଡର ମନ୍ଦିରରେ ଖଡ୍ଗ, ଢାଳ, ଧନୁ -ତୀର, ବଜ୍ର, ସାପ ଏବଂ ଏକ ତ୍ରିଶୂଳ ଧରି ଦଶ-ସଶସ୍ତ୍ର ମହିଷାସୁରମର୍ଦ୍ଦିନୀ ରୂପରେ ସମସ୍ତ ବାସୀଙ୍କୁ ବାହ୍ୟ ଶତ୍ରୁରୁ ରକ୍ଷା କରିଥାନ୍ତି । ଦକ୍ଷିଣ କୋଶଲ ଯାହାକୁ “କୁଆଁରୀ ପାଟଣା” ଏବଂ “ସପ୍ତ କୁଆଁରୀ” ପୀଠ ମଧ୍ୟ କୁହାଯାଏ କାରଣ ଏଠାରେ ୭ ଜଣ କୁଆଁରୀ ଜ୍ଞାନଦେଇ ମାଲୁଣି, ନିତାଇ ଧୋବଣୀ, ଲୁହୁକୁଟି ଲୁହୁରୁଣୀ, ସୁକୁଟି ଚମାରୁଣୀ, ପତ୍ରପିନ୍ଧି ଶହୁରୁଣୀ, ଗାଙ୍ଗୀ ଗଉଡ଼ୁଣୀ ଓ ଶୁଆ ତେଲୁଣୀ ବ୍ରାହ୍ମଣ ଗୁରୁ ଧନ୍ଵନ୍ତରୀଙ୍କ ଠାରୁ ତନ୍ତ୍ର ବିଦ୍ୟାରେ ପ୍ରଶିକ୍ଷଣ ଲାଭ କରିଥିଲେ । ପାଟଣା ରାଜ୍ୟର ଗଡ ଭିତରକୁ ପ୍ରବେଶ କରିବା ପାଇଁ ମାଁ ପାଟଣେଶ୍ୱରୀଙ୍କ ଚାରି ଗୋଟି ଦ୍ୱାର ଯଥା ପୂର୍ବଭାଗ ସୋନପୁର ଦ୍ୱାରରେ କ୍ଷେତ୍ରପାଳ ରୂପରେ ଭୈରବ, ପଶ୍ଚିମ ଚୂର୍ଣ୍ଣି ଦ୍ୱାରରେ ମାଁ ଗଙ୍ଗା ,ଦକ୍ଷିଣ ଦ୍ୱାର ସ୍ଥାନ ଘସିଏନ ଦେବୀ ରୂପରେ ମାଁ ନୀଳସରସ୍ବତୀ ଏବଂ ଉତ୍ତର ଭାଗ ସିଂହଦ୍ୱାରରେ ବିଘ୍ନହର୍ତା ଶ୍ରୀ ଗଣେଶ ବିରାଜମାନ କରିଛନ୍ତି ଯାହା ଫଳରେ ବାହ୍ୟ ଶତ୍ରୁ ଏହି ଶକ୍ତିଶାଳୀ ସୀମାକୁ ଅତିକ୍ରମ କରିବାରେ କାଠିକର ପାଠ ହୋଇପଡୁ ଥିଲା । ଏହି ପ୍ରଥା ଆଜି ପର୍ଯ୍ୟନ୍ତ ସମଗ୍ର ପାଟଣାଗଡ଼ ବାସୀ ପାଳନକରିବା ସଂଗେ ସଂଗେ ସମଗ୍ର ଜନସାଧାରଣଙ୍କ ମଙ୍ଗଳ କାମନା ନିମିତ୍ତ ସପ୍ତାହର ପ୍ରତି ମଙ୍ଗଳବାରରେ ଏକତ୍ରିତ ହୋଇ ମାଁ ପାଟଣେଶ୍ୱରୀ ଏବଂ ବଡ ଭଉଣୀ ମାଁ ସମଲେଶ୍ୱରୀଙ୍କ ପିଠରେ ଧୁମଧାମରେ ଆଳତି ସହିତ ପୂଜାର୍ଚନା କରାଯାଏ ।
ପ୍ରତିବର୍ଷ ଦଶହରାରେ ମାଁ ପାଟଣେଶ୍ୱରୀଙ୍କ ସାଂସ୍କୃତିକ ଏବଂ ଐତିହାସିକ “ବଏଲ ଯାତ୍ରା” ପାଳନ କରାଯାଏ। ଏହି ଯାତ୍ରାରେ ଦେବୀ ସ୍ୱୟଂ ଭରୁଆଁ ରୂପରେ ବ୍ୟକ୍ତି ଶରୀରରେ ପ୍ରବେଶ କରି ଢୋଲ, ତୂରୀ, ନିଷାନ ଧ୍ୱନି ତାଳେ ତାଳେ ରାତ୍ରି ସମୟରେ ନଗର ପରିକ୍ରମା କରିଥାନ୍ତି। ମାଁ ଙ୍କ ଦର୍ଶନ ପାଇଁ ଅସଂଖ୍ୟ ଭକ୍ତ ଯୋଗଦେବା ସହିତ ନିଜ ଘର ସମ୍ମୁଖରେ କଳସ ଓ ଦୀପ ପ୍ରଜ୍ବଳିତ କରି ନିମନ୍ତ୍ରଣ ପୂର୍ବକ ଆଶୀର୍ବାଦ ଲାଭ କରିଥାନ୍ତି।

Leave a Reply

Your email address will not be published. Required fields are marked *