ଦୁର୍ଗାପ୍ରସାଦ ଦାଶ // ଜିଲ୍ଲା ପ୍ରତିନିଧି//ସମୀକ୍ଷା ନିୟୁଜ
ଖୋର୍ଦ୍ଧା ୩/୪/୨୪ : ସାରା ରାଜ୍ୟର ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରିରହିଛି ଓ ଆଗାମୀଦିନରେ ଏହାର ପ୍ରଭାବ ରହିବ l ଠିକ ଏହି ସମୟରେ ଚାନ୍ଦପୁର ସ୍ଥିତ ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ବିଦ୍ୟୁତ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି l ବୁଧବାର ଅପରାହ୍ନ ୫ ଘଟିକାଠାରୁ ୬ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହି ଥିଲା l ମେଡିକାଲ ପ୍ରକୋଷ୍ଠରେ ଥିଵା ରୋଗୀ ମାନେ ଗରମରେ ଅତିଷ୍ଠ ହୋଇପଡିଥିଲେ l ମେଡ଼ିକାଲରେ ବିଦ୍ୟୁତ ସରବରାହ ନଥିବାରୁ ମେଡିକାଲଟି ସମ୍ପୂର୍ଣ୍ଣ ଅନ୍ଧାରରେ ବୁଡିରହିଥିଲା l ଏଥିଯୋଗୁଁ ରୋଗୀମାନେ ନାହିଁନଥିବା ଅସୁବିଧାର ସମୁଖୀନ ହୋଇଥିଲେ l ଏହି ମେଡ଼ିକାଲରେ ଜେନେରେଟର ସୁବିଧାଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ l କାହା ସ୍ୱାର୍ଥରେ ଏହି ଜେନେରେଟର ମେଡିକାଲ କର୍ତ୍ତୃପକ୍ଷ ରଖିଛନ୍ତି ଓ କାହିଁକି କାର୍ଯ୍ୟକାରୀ ହେଉନାହିଁ ବୋଲି ରୋଗୀ ଓ ଜନସାଧାରଣଙ୍କ ମହଲରେ ତୀବ୍ର ଆସନ୍ତୋଷ ଦେଖା ଦେଇଛି l ଏହି ସମସ୍ୟାର ସମାଧାନ କରିବାପାଇଁ ରୋଗୀ ଓ ଜନସାଧାରଣ ଦାବି କରୁଛନ୍ତି l