ଦୁର୍ଗା ପ୍ରସାଦ ଦାଶ, ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି// ସମୀକ୍ଷା ନିୟୁଜ
ଚିଲିକା, ୧୮/୦୨/୨୦୨୪: ଖୋର୍ଦ୍ଧା ଜିଲ୍ଲା ଚିଲିକା ଆଞ୍ଚଳିକ ସେବା ପରିଷଦ ପକ୍ଷରୁ କାଳୁପଡାଘାଟରେ ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଯେଉଁ ମାନଙ୍କ ଉପସ୍ଥିତିରେ ସୌନ୍ଦର୍ଯ୍ୟମୟୀ ଚିଲିକା ରାଣୀର ଶୋଭା ମଣ୍ଡିତ ହୁଏ ସେହି ବିଦେଶୀ ଅତିଥି ମାନଙ୍କୁ ନ ମାରିବା ପାଇଁ ଏକ ସଚେତନତା ମଟର ସାଇକେଲ ରାଲି ସୋରଣ ଘୋଡାଦୌଡ଼ ଠାରୁ ଆରମ୍ଭ ହୋଇ, ସୋରଣ, ମାନସିଂପୁର, ଜରିପଡା,ଏବଂ କଳକଳେଶ୍ଵର ପଂଚାୟତକୁ ଅତିକ୍ରମ କରିସାରିବା ପରେ ସଭା ଶେଷରେ କାଳୁପଡାଘାଟ ଗଣେଶ ବଜାରରେ ଏହି ପକ୍ଷୀ ସୁରକ୍ଷା ସଚେତନତା ରାଲି ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ACF ବାଲୁଗାଁ ଡିଭିଜନର ବନ୍ୟପ୍ରାଣୀ ଅଧିକାରୀ ସପ୍ତାବ୍ଦୀ ମିଶ୍ର , WILDLIFE ଟାଙ୍ଗୀ ରେଞ୍ଜର ବିରଯା ଦାସ , ପରିବେଶବିତ ସନ୍ତୋଷ କୁମାର କର ଏବଂ ସନ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଙ୍ଘର ସଭାପତି ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ଜରିପଡା ପଂଚାୟତର ବିଶିଷ୍ଟ ସମାଜ ସେବୀ ତ୍ରିଲୋଚନ ସାହୁ ,କଳକଳେଶ୍ଵର ସରପଞ୍ଚ ଜୋସ୍ନା ରାଣୀ ଜେନା ଏବଂ ସୋରଣ ସରପଞ୍ଚ ଶେଷଦେବ ବେହେରା । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇଛନ୍ତି ଚିଲିକା ଆଞ୍ଚଳିକ ସେବା ପରିଷଦର ସଭାପତି ଦୀପକ କୁମାର ନାଥ , ଚିଲିକା ଆଞ୍ଚଳିକ ସେବା ପରିଷଦର ମାର୍ଗଦର୍ଶକ ଜିତେନ୍ଦ୍ର ମାନସିଂ, ଲଷ୍ମୀଧର ବେହେରା ଏବଂ ଦେବଦତ ମହାପାତ୍ର ।