ଜିଲ୍ଲାପାଳଙ୍କ ବିଭିନ୍ନ ଚାଷ କ୍ଷେତ ପରିଦର୍ଶନ ଓ ତଦାରଖ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୨୪/୦୨/୨୫
ମାଲକାନଗିରି, ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପ୍ରକଳ୍ପ ଦ୍ଵାରା ହୋଇଥିବା ତରଭୁଜ କ୍ଷେତ ପରିଦର୍ଶନ କରିଛନ୍ତି। ମାଲକାନଗିରି ବ୍ଲକର ଗୌଡ଼ଗୁଡା ପଞ୍ଚାୟତ ଜୟରାମଗୁଡ଼ାରେ ୪୦ ଏକର ଜମିରେ ଚାଷ କରାଯାଇଥିବା ତରଭୁଜ ଚାଷ ପରିଦର୍ଶନ ସହ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ମାଲକାନଗିରି ଆଇଟିଡିଏ ପକ୍ଷରୁ ହିତାଧିକାରୀଙ୍କୁ ବିହନ, ଜୈବିକ ସାର, କୀଟନାଶକ ଔଷଧ, ଅଣୁ ସାର ଆଦି ମାଗଣାରେ ପ୍ରଦାନ କରାଯାଇଥିଲା ଏବଂ ଅତ୍ୟାଧୁନିକ ଚାଷ ସମ୍ବନ୍ଧୀୟ ଜ୍ଞାନକୌଶଳ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଜିଲ୍ଲାପାଳଙ୍କୁ କହିଥିଲେ। ତତସହିତ ବର୍ଷତମାମ ଚାଷ କରିବା ଏବଂ ଏହାର ସୁରକ୍ଷା ପାଇଁ ବାଡ଼ର ସହାୟତା ନିମନ୍ତେ ହିତାଧୂକାରୀମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ମନରେଗା ମାଧ୍ୟମରେ ଏହି ବାଡ଼ ପ୍ରଦାନ କରିବା ପାଇଁ ପ୍ରକଳ୍ପ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ୪ ଟି ଗ୍ରାମକୁ ନେଇ ଏକ ଜନଜାତି ଜୀବିକା ପରିଷଦ ଗଠନ କରାଯାଇଛି। ଏହି ଗ୍ରାମଗୁଡ଼ିକ ହେଲା ଜୟରାମଗୁଡ଼ା, ମାସାଗୁଡ଼ା, ଟେକଗୁଡ଼ା, କାଲାଗୁଡ଼ା। ମୋଟ୍ ୧୦୪ ଏକର ଜମିରେ ତରଭୁଜ, ପିଆଜ, କଲରା ଭଳି ଅନେକ ଚାଷ କରାଯାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ଉପଜିଲ୍ଲାପାଳ ତ‌ଥା ପ୍ରକଳ୍ପ ପ୍ରଶାସକ ଦୁର୍ଯ୍ୟୋଧନ ଭୋଇ, ପ୍ରକଳ୍ପ ପରିଚାଳକ ବିଶ୍ବନାଥ ମିଶ୍ର, ବିଶେଷଜ୍ଞ ଜଗନ୍ନାଥ ଖିଲ, ବିଶେଷଜ୍ଞ ପ୍ରେମ ନାରାୟଣ ମହାନ୍ତି ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।

କୋରାପୁଟର ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ର ପ୍ରଥା ହେଉଛି ଶବରମାନେ ପୂଜା କରନ୍ତି l ଏଣୁ ଏହି ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଶାବର ଶ୍ରୀକ୍ଷେତ୍ର ବୋଲି କୁହାଯାଏ l ଧନ୍ୟବାଦ 🙏🏼ଡ଼ ମହେଶ୍ୱର, ସମ୍ପାଦକ samikshanewslive 9040077034

Leave a Reply

Your email address will not be published. Required fields are marked *