ଜିଲ୍ଲା କିସାନ କଂଗ୍ରେସ ପକ୍ଷରୁ ବଲାଙ୍ଗୀର ଶାନ୍ତିପୂର୍ଣ ବନ୍ଦ

ପାଟଣାଗଡ଼ / ଦୀପଙ୍କର ଶ୍ୟାମଲ / ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍,

ଭାରତର ସମସ୍ତ ସ୍ଥାନରେ କୃଷକ ସଂଗଠନ ପକ୍ଷରୁ ଏମ.ଏସ.ପି ପାଇଁ ଆଇନ ଗତ ଗ୍ୟାରେଣ୍ଟି, ସ୍ୱାମିନାଥନ କମିଶନଙ୍କ ସୁପାରିଶ କ୍ରମେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସହିତ କୃଷିଋଣ ଛାଡ଼ ଓ ଲକ୍ଷ୍ମୀପୁର ଖେରୀ ହିଂସାରେ ପିଡୀତଙ୍କ ନ୍ୟାୟ ଦାବିରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦିଲ୍ଲୀ ମୁହାଉଁଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ସମସ୍ତ କୃଷକ ସଂଗଠନ | କିନ୍ତୁ ଦିଲ୍ଲୀ ପ୍ରବେଶର ଶମ୍ଭୁ ବର୍ଡ଼ର ଠାରେ ଆନ୍ଦୋଳନରତ ଚାଷୀ ମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ୭ ଟି ଜିଲ୍ଲାରେ ଇଣ୍ଟରନେଟ ସୁବିଧା ବନ୍ଦ ତଥା ପେଟ୍ରୋଲ ପମ୍ପରେ ଟ୍ରାକ୍ଟରରେ ତେଲ ପକାଇବା ମଧ୍ୟ ନିୟନ୍ତ୍ରଣ କରାଯାଇଥିଲା | ଏହା ସହିତ କୃଷକ ମାନଙ୍କ ଉପରେ ପୋଲିସ ପ୍ରଶାସନ ରବର ବୁଲେଟ, ଡ୍ରୋନ୍ ଏବଂ ଟ୍ୟାଙ୍କର ସାହାଯ୍ୟରେ ଲୁହ ବୁହା ଗ୍ୟାସ ଓ ପାଣି ମାଡ଼ କରୁଛି | ସରକାରଙ୍କ ଏହି ଅକଥନୀୟ ନିୟନ୍ତ୍ରଣ ପଦକ୍ଷେପ ବିରୁଦ୍ଧରେ କିସାନ ମୋର୍ଚ୍ଚା ସଂଗଠନ ପକ୍ଷରୁ ଦିଆଯାଇଥିବା ” ଦିଲ୍ଲୀ ଚଲୋ ” ଓ ୧୬ ଫେବୃଆରୀ ଭାରତବନ୍ଦ ଡାକରାକୁ ସମର୍ଥନ କରି ଶାନ୍ତିପୁର୍ଣ ବନ୍ଦ ପାଳନ କରୁଛି ବଲାଙ୍ଗୀର ଜିଲ୍ଲା କିସାନ କଂଗ୍ରେସ କମିଟି ।

Leave a Reply

Your email address will not be published. Required fields are marked *