ଟାଙ୍ଗୀ ଗ୍ରାମପଞ୍ଚାୟତକୁ ଏନଏସି ମାନ୍ୟତା: ଅଞ୍ଚଳବାସୀ ଖୁସି

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ ଖୋର୍ଦ୍ଧା (୨୭/୨/୨୦୨୪)
ଟାଙ୍ଗୀ ଗ୍ରାମ ପଂଚାୟତ କୁ ଏନଏସି ମାନ୍ୟତା ଦେବା ପାଈଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା. ତେବେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟରେ ନୂତନ ଭାବେ 34 ଟି NAC ଘୋଷଣା କରିଛନ୍ତି lଏଥିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ କୁ NAC ମାନ୍ୟତା ପ୍ରଦାନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଖୁସି ଜାହିର କରିଛନ୍ତି l ଗ୍ରାମବାସୀ ବାଣ ଫୁଟାଇ, ପରସ୍ପର ମଧ୍ୟରେ ମିଠା ବାଣ୍ଟି ଖୁସିରେ ଉତ୍ସବ ପାଳନ କରିଛନ୍ତି lଏହି ଅବସରରେ ଟାଙ୍ଗୀ ଗ୍ରାମ ପଂଚାୟତ ବିଜେଡି ପକ୍ଷରୁ ସରପଞ୍ଚ କିଶୋର କୁମାର ବେହେରାଙ୍କ ନେତୃତ୍ୱରେ ଟାଙ୍ଗୀରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି l ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମହାପାତ୍ର,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ମହାପାତ୍ର,ସମିତି ସଭ୍ୟା ଅନ୍ନପୂର୍ଣ୍ଣା ବେହେରା,ବ୍ଳକ ବିଜେଡି ଯୁବ ସଭାପତି ଚିନ୍ମୟ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ମୁଖମନ୍ତ୍ରୀ ନବୀନ ପଟନାୟକଙ୍କ 5 ଟି ଅଧ୍ୟକ୍ଷ କାର୍ତ୍ତିକେୟ ପାଣ୍ଡିଆନ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଦେଇଛନ୍ତି l

Leave a Reply

Your email address will not be published. Required fields are marked *