ସନ୍ତୋଷ କୁମାର ପଟ୍ଟନାୟକ /ସାମ୍ବାଦିକ/ସମୀକ୍ଷା ନ୍ୟୁଜ୍
ଟିଟିଲାଗଡ, ତାରିଖ ୦୭/୦୫/୨୦୨୪: ଓଡିଶା ରେ ବର୍ତ୍ତମାନ ସବୁଆଡେ ଚାଲିଛି ନିର୍ବାଚନ ପ୍ରଚାର l ଏମିତି ରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସର୍ଗିଗୁଡା ର କିଛି କୁନି ଶିଶୁ ଖେଳ ଖେଳ ରେ ଗୋଟିଏ ନିର୍ବାଚନ ନାଟକ ରିଲ ବନେଇ ନିଜର ପଡାର ମୁଖ୍ୟ ସମସ୍ୟା,ଭୋଟ ପାଇଁ ଟଙ୍କା ନ ନେବାର ବାର୍ତା ଓ ଉନ୍ନତି ପାଇଁ ଠିକ ପ୍ରାର୍ଥୀ ଚୟନ କରିବା ର ବହୁତ ବଡ଼ ସଚେତନତା ବାର୍ତ୍ତା ଦେଇ ଦେଇଛନ୍ତି, ଯାହାକୁ ଟିଟିଲାଗଡ଼ ଅଞ୍ଚଳ ତଥା ଓଡିଶା ସାରା ସବୁଆଡେ ତାଙ୍କର ପ୍ରସଂଶା ହେଉଅଛି l ତାଙ୍କୁ ପଚାରିବାରୁ ସେମାନେ ବାପା ମା ଙ୍କ ମୋବାଇଲ ରେ ରିଲ ଦେଖି ଏମିତି ନାଟକ କରିଥିବା କହିଛନ୍ତି l ଆହୁରି କହିଛନ୍ତି ଏ ରିଲ ବନେଇବା ପାଇଁ କେହି ତାଙ୍କୁ କିଛି ଶିଖେଇ ନାହାନ୍ତି , ଛୋଟ ଛୋଟ କୁନି ପୁଅ ଝିଅ ମାନ ଏବେ ଠୁ ସମାଜ କୁ ସଚେତନାର ବାର୍ତ୍ତା ଦେବା ଏକ ପ୍ରତିଭା ବାନ ସାଜିଛନ୍ତି l ଯଦି ଆଜିର ଶିଶୁ,ଆସନ୍ତା କାଲି ର ଭବିଷ୍ୟତ ନାଗରିକ ହେବାର ଏସବୁ କଥା ବୁଝିପାରୁଛନ୍ତି, ତେଣୁ ତାଙ୍କର ଏପରି ପ୍ରୟାସ ସାଧାରଣ ଜନତା ସଚେତନ କରିବା ସହିତ ଲୋକେ ମାନଙ୍କର ପ୍ରିୟ ସାଜି ଥିବା ବେଳେ କୌଣସି ଲୋଭ ରେ ନ ପଡି, ନିର୍ବାଚନ ସମୟର ଭୁଲ ପ୍ରାର୍ଥୀ ଚୟନ ନ କରିବା ର ବାର୍ତ୍ତା ଦେଇଛନ୍ତି ଆମେ ଏ ଥର ଆମର ମୂଲ୍ୟବାନ ଭୋଟ ଦେଇ ଦେଶ କୁ ଉନ୍ନତି ର ପ୍ରଗତି ପଥରେ ଆଗେଇ ନେବା ପାଇଁ ରିଲ ମାଧ୍ୟମରେ ଜନସାଧାରଣ ମାନଙ୍କୁ ସଚେତନ ର ବାର୍ତ୍ତା ଦେଉଛନ୍ତି l