ଟିଟିଲାଗଡ଼ ଉପକାରାଗାରରୁ ଫେରାର କଏଦୀ ପୁଣି ଗିରଫ

ସନ୍ତୋଷ ପଟ୍ଟନାୟକ//ସାମ୍ବାଦିକ//ସମୀକ୍ଷା ନିୟୁଜ
ଟିଟିଲାଗଡ଼ 30/3 : ଟିଟିଲାଗଡ଼ ଉପକାରାଗାରରୁ ଫେରାର କଏଦୀ ସୁମିତ ବେହେରା ଗିରଫ ହୋଇଛି l ସୂଚନା ଯେ ଗତ 9 ତାରିଖରେ ଟିଟିଲାଗଡ଼ ଉପକାରାଗାରରୁ 2 ଜଣ କଏଦୀ ସୁମିତ ଏବଂ ଶୋଭାବନ ରାଣା ଫେରାର ହୋଇଯାଇଥିଲେ l ଏନେଇ ଜେଲ କତୃପକ୍ଷ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ l ଘଟଣା ନେଇ ଜେଲ ଡିଆଇଜି କୁଳମଣି ବେହେରା ତଦନ୍ତ ସହ ଦୁଇ ଜଣ ୱାର୍ଡରଙ୍କୁ ନିଲମ୍ବିତ କରିଥିଲେ l କଏଦୀ ଫେରାର ହେବା ପଛରେ ଅଧିକ୍ଷକଙ୍କ ଭୂମିକା ନେଇ ଡିଆଇଜି ସନ୍ଦେହ ପ୍ରକାଶ କରିଥିଲେ l ଉଭୟ କଏଦୀ ଜେଲ ପାଚେରୀ ବାହାରେ ଥିବା ଜେଲ ଅଧିକ୍ଷକଙ୍କ ଘରେ କାମ କରୁଥିବା ତଥା ବାହାରେ ସର୍ବସାଧାରଣ ସ୍ଥାନରେ ଜେଲ କର୍ମଚାରୀଙ୍କ ସହ ଭୋଜି ଭାତରେ ସାମିଲ ହୋଇଥିବା ଆଲୋଚନା ହୋଇଛି l ସୁମିତ ଜଣେ ଶିଶୁକୁ ହତ୍ୟା ଏବଂ ଏବଂ ଶୋଭାବନ ଦୁଇ ଜଣ ଶିଶୁଙ୍କୁ ବଳି ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲା l ବର୍ତ୍ତମାନ ଟିଟିଲାଗଡ଼ ପୋଲିସ ଜଣେ ଅଭିଯୁକ୍ତ ସୁମିତକୁ ଗିରଫ କରି ସିନ ରିକ୍ରିଏସନ ପାଇଁ ପୋଲିସ ଏସଡ଼ିପିଓ ଅଙ୍କିତା କୁମ୍ଭୀର, ଆଇଆଇସି ଅବନୀ ସାହୁ ପୁଲିସ ବଳ ସହିତ ଉପକାରାଗାରକୁ ଆଣିଛନ୍ତି l ପରେ ଟିଟିଲାଗଡ଼ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସପି ରୋଷିକେଶ ହିଲାରୀ ଏନେଇ ତଥ୍ୟ ପ୍ରଦାନ ସହ ତଦନ୍ତ ଚାଲିଥିଵା କହିଛନ୍ତି l

Leave a Reply

Your email address will not be published. Required fields are marked *