ସନ୍ତୋଷ କୁମାର ପଟ୍ଟାୟକ/ସାମ୍ବାଦିକ/ସମୀକ୍ଷା ନ୍ୟୁଜ
ଟିଟିଲାଗଡ଼, ୨୫/୫/୨୪ : ଆଜି ସକାଳ ୪.୩୦ ମିନିଟ ସମୟରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ପାଖ ରେ ଅଘଟଣ ଆଜି ଭୋର ରୁ ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହେଉଛି ପାଖାପାଖି ୧୭ ଟି ଦୋକାନ ଥିବାରୁ ନିଆଁ ଲାଗିବା ଫଳରେ ସଂପୂର୍ଣ୍ଣ ଭାବରେ ପୋଡ଼ି ପାଉଁଶ ହୋଇଯାଇଛି ।ଘଟଣା ସ୍ଥଳରେ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆାୟତ୍ତ କରିଛନ୍ତି । ସାଧାରଣରେ ଚିନ୍ତା ବଢି ଯାଇଛି । କେମିତି ଓ କାହିଁକି ଲାଗିଲା ନିଆଁ ? ଏ ସମ୍ପର୍କରେ ଖୋଳତାଡ଼ କରୁଛି ଟିଟିଲାଗଡ ପୋଲିସ୍ । କେମିତି ଘଟିଲା ଏତେବଡ଼ ଅଘଟଣ ତାହା ହିଁ ଲୋକଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଠି କରିଛି କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଉଛି