ସନ୍ତୋଷ ପଟ୍ଟନାୟକ//ଟିଟିଲାଗଡ//ସମୀକ୍ଷା ନିୟୁଜ
ବଲାଙ୍ଗୀର, ତା୨୩/୦୩ :ରାଉରକେଲା ସ୍ଥିତ ରେଳବାଇ ପୋଲିସ ଅଧିକ୍ଷକ ପି. କେ. ମିଶ୍ରଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ଼ ସରକାରୀ ରେଳବାଇ ପୋଲିସ ଥାନା ଓଆଇସି ବିନୟ କୁମାର ଭୋଇ ଏବଂ ତାଙ୍କ ସହକର୍ମୀ ପ୍ରତିଦିନ ରେଳବଗି ଏବଂ ପ୍ଲାଟଫର୍ମ ରେଗୁଲାର ଚେକିଂ କରିବା ସମୟରେ ରାତ୍ର ୩ଟା ୧୦ ମିନିଟ ସମୟରେ ଟିଟିଲାଗଡ଼ ରେଳଷ୍ଟେସନର ଚାରି ନମ୍ବର ପ୍ଲାଟଫର୍ମର ଫୁଟ ଓଭର ବ୍ରିଜ ଶିଢ଼ି ତଳେ ଟ୍ରେନରେ ଯାତ୍ରା କରିବା ପାଇ ଅପେକ୍ଷା ରତ ସମୟରେ ଜି ଆର ପି ଥାନାର ଓଆଇସି ଶ୍ରୀଯୁକ୍ତ ଭୋଇ ସେହି ଯୁବକକୁ ସନ୍ଦେହ ହେବାରୁ ତାଙ୍କୁ ଜି ଆର ପି ଥାନାକୁ ଆଣି ତାର ଏୟାର ବ୍ୟାଗ ତାଲାସୀ ନେବାରୁ ତାହାର ଏହି ବ୍ୟାଗରୁ ପ୍ରାୟ ୧୧ କେଜି ୩୪୦ ଗ୍ରାମ ଗଂଜେଇ ଏକ ଏୟାର ବ୍ୟାଗ ଏବଂ ଅପ୍ପୋ ମୋବାଇଲ ଏବଂ ମନିପର୍ସରେ ନଗଦ ୨୩୬୦ ଟଙ୍କା ଏବଂ ଟିଟିଲାଗଡ଼ ଠାରୁ ରାୟପୁର ଯିବା ପାଇଁ ଏକ ଜେନେରାଲ ଟିକେଟ ଜବତ କରାଯାଇଛି!
ଏହି ଚଢ଼ାଉ ସମୟରେ ଜି ଆର ପି ଥାନାର ଉପ-ନିରୀକ୍ଷକ ସୀତାରାମ ସୁନାରି, ସହକାରୀ ଉପ- ନିରୀକ୍ଷକ ଆର. କେ. ସାହୁ, କନେଷ୍ଟବଳ ବିଜୟ ବ୍ରହ୍ମା ଏବଂ ଟିଟିଲାଗଡ଼ ଆରପିଏଫ ଥାନାର ସହକାରୀ ଉପ-ନିରୀକ୍ଷକ ପରମେଶ୍ୱର ଶିକ୍କା ଉପସ୍ଥିତ ଥିଲେ ! ଟିଟିଲାଗଡ଼ ଅତିରିକ୍ତ ତହସିଲଦାର ଶଙ୍କୁତଳା ହାଂସଦା ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଂଜେଇ ସାମଗ୍ରୀ ଓଜନ କରାଯାଇ ଜବତ କରାଯିବା ଶହ ଅଭିଯୁକ୍ତକୁ ଗିରଫ କରାଗଲା!
ଏହି ଅଭିଯୁକ୍ତଙ୍କ ନାମ ରାଜେନ୍ଦ୍ର ଚୌହାନ (୩୫), ପିତା – ରମେଶ ଚୌହାନ, ମଧ୍ୟପ୍ରଦେଶ ରାଜ୍ୟର ସାହାଯପୁର ଜିଲ୍ଲାର ବିଜୟନଗର ଅଞ୍ଚଳର ବୋଲି ଜଣା ପଡିଛି ! ଏହି ସଂକ୍ରାନ୍ତରେ ଟିଟିଲାଗଡ଼ ଜିଆରପି ଥାନାରେ ଏକ ମକଦ୍ଦମା ରୁଜୁ କରାଯାଇଛି !ଏହାର କେଶନମ୍ବର 16ତା 22/03/2024 U/S 20 (b)( ii) (B) NDPS ଆକ୍ଟ , ଏହାର ତଦନ୍ତକାରି ଅଧିକାରୀ ହେଉଛନ୍ତି ଜି ଆର ପି ଥାନା ଅଧିକାରୀ ବିନୟ କୁମାର ଭୋଇ ! ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରି ବିଚାର ବିଭାଗୀୟ ଜେଲକୁ ପଠାଯାଇଛି l