ସନ୍ତୋଷ କୁମାର ପଟ୍ଟନାୟକଙ୍କ/ସାମ୍ବାଦିକ/ସମୀକ୍ଷା ନିୟୁଜ
ଟିଟିଲାଗଡ଼, ତା୨୦-୦୪:
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ବେଲପଡ଼ା ଗ୍ରାମ ର ରିହାନ ବାଗ (୧୫) ,ପିତା,କାମନାନିଧି ବାଗ,ତାଙ୍କ ପୁଅ ନିଖୋଜ ସମ୍ପର୍କ ରେ ଗତ ତା୧୪-୦୪-୨୪ରିଖ ଦିନ ଟିଟିଲାଗଡ ଥାନା କୁ ଆସି ପୁଅ ର ନିଖୋଜ ସମ୍ପର୍କ ରେ ଏକ ଏତଲା ଦେଇଥିଲେ ।
ଏହି ସମ୍ପର୍କ ରେ ଟିଟିଲାଗଡ ଥାନା ରେ ଏକ ମକଦ୍ଦମା ସଂଖ୍ୟା,୧୬୬/୧୪-୦୪-୨୪ରିଖ ଅନୁଯାୟୀ ,ଧାରା ୩୬୩ କ୍ରମେ ତଦନ୍ତ ଆରମ୍ଭ କରାଯାଇଥିଲା ।
ପ୍ରକାଶ ଯେ,ଉକ୍ତ ଗ୍ରାମ ର ରୋହନ ବାଗ ଏବଂ ରିହାନ ବାଗ ସାଙ୍ଗ ହୋଇ ମିଳାମିଶା କରୁଥିଲେ ।
କିଛି ଦିନ ପୂର୍ବରୁ ତାଙ୍କ ମଧ୍ୟରେ ସାମାନ୍ୟ କଥା କୁ ନେଇ ପାଟି, ତୁଣ୍ଡ ହୋଇଥିଲା ।
ଉକ୍ତ ରୋହନ ବାଗ କୁ ଟିଟିଲାଗଡ ଥାନା ପୋଲିସ ସନ୍ଦେହ ରେ ଆଣି ଜେରା କରିବା ସମୟ ରେ ଅଭିଯୁକ୍ତ ରୋହନ ବାଗ ହତ୍ୟା କରି ଥିବା ସ୍ବୀକାର କରି ଥିଲା ।
ଏଥି ପାଇଁ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀମତୀ ଅଙ୍କିତା କୁମ୍ଭାର ତଥା ଟିଟିଲାଗଡ ଭାରପ୍ରାପ୍ତ ଥାନା ଅଧିକାରୀ ଅବନୀ ସାହୁ ମିଳିତ ଭାବେ ଉକ୍ତ ଅଭିଯୁକ୍ତ କୁ ଘଟଣା ସ୍ଥଳ କୁ ନେଇ ସବିଶେଷ ତଦନ୍ତ କରିବା ସହ କିଭଳି ହତ୍ୟା କଲା ସେ ନେଇ ସିନ ରି କ୍ରିଏସନ୍ କରେଇଥିଲେ ।
ପ୍ରକାଶ ଯେ ପୂର୍ବ ରୁ ରାଗ ରଖି କିଭଳି ହତ୍ୟା କରିବ ସେ ନେଇ ଯୋଜନା କରିଥିଲା।
*ଅଭିଯୁକ୍ତ ରୋହନ ଗତ ୧୪ ତାରିଖ ସନ୍ଧ୍ୟା ପ୍ରାୟ ପାଞ୍ଚ ଟା ରୁ ଛଅ ଟା ସମୟ ମଧ୍ୟ ରେ ରିହାନ ଘରୁ ନିକଟସ୍ତ ନଈ କୁ ଝାଡା ଯାଉଥିବା ବେଳେ ତା ପଛରେ ଯାଇ ଥିଲା ଓ ଫେରିବା ବେଳକୁ ଦୁଇ ଜଣ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଥିଲା ।
ରୋହନ ମୃତ ରିହାନ କୁ ତଳେ ଗଡ଼େଇ ତଣ୍ଟି ଚିପି ଦେବାରୁ ତାର ଘଟଣା ସ୍ଥଳରେ ରେ ମୃତ୍ୟୁ ଘଟିଥିଲା* ।
*ରିହାନ୍ ଧରିଥିବା ଗାମୁଛା ରେ ତା ବେକ କୁ ଗୁଡେଇ ପ୍ରାୟ ୫୦ ମିଟର ଦୂର ବୁଦା ରେ ପକେଇ ଘାସ, ଡାଳ ପତ୍ର ରେ ଘୋଡେ଼ଇ ଦେଇଥିଲା* ।
ଏହି ହତ୍ୟାକାଣ୍ଡ ନେଇ ସାଧାରଣ ରେ ବେଶ୍ ହଟ, ଚମଟ ସୃଷ୍ଟି ହୋଇଛି,