ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିସ୍ତୁକ ମାଡ଼

ଅଞ୍ଜନ କୁମାର ରଣା// ସ୍ୱତନ୍ତ୍ର ପ୍ରତିନିଧି // ସମୀକ୍ଷା ନିୟୁଜ
ମୟୁରଭଞ୍ଜ : ଆଜି ବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ , ଯେଉଁଠି ମଣିଷ ଆଜି ଚନ୍ଦ୍ରରେ ପାଦ ଦେଲାଣି ସେଇଠି ଆଜି ମଧ୍ୟ ଲୋକେ ଅନ୍ଧ ବିଶ୍ୱାସର ଶିକାର ହୋଇ ପାଲଟି ଯାଉଛନ୍ତି ନୃଶଂସ । ଆଉ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ବୁଦ୍ଧି ବିବେକ ଶୂନ୍ୟ ହୋଇପଡ଼ି ଘଟାଉଛନ୍ତି ନାରକିୟ କାଣ୍ଡ। ମାତ୍ର ଅସୁସ୍ଥ ଲୋକଙ୍କୁ ଡ଼ାକ୍ତରୀ ଚିକିତ୍ସା କରିବା ବଦଳରେ ଗୁଣିଗାରେଡି ଚିକିତ୍ସା ପାଇଁ ଭଣ୍ଡଙ୍କ ଦ୍ବାରସ୍ଥ ହୋଇ ରୋଗୀକୁ ମରଣମୁହଁକୁ ଠେଲିଦେଇ ପରେ ରାଗରେ ନିରୀହ ଲୋକଙ୍କ ଜୀବନ ନେବାକୁ କରୁଛନ୍ତି ମରଣାନ୍ତକ ଆକ୍ରମଣ।ଶେଷରେ ଡାହାଣୀ ସନ୍ଦେହରେ ମରଣାନ୍ତକ ଆକ୍ରମଣ କରିଛନ୍ତି କିଛି ଅନ୍ଧବିଶ୍ୱାସର ଶିକାର ବ୍ୟକ୍ତି । ଏଭଳି ଏକ ଦୁଃଖଦ ତଥା ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ। ସୂଚନା ଅନୁଯାୟୀ ବିଗତ ଦୁଇମାସ ଭିତରେ ରାସଗୋବିନ୍ଦପୁର ହାଟସାହି ଅଞ୍ଚଳରୁ ଦୁଇଜଣ ଯୁବକଙ୍କ ଅସମୟରେ ମୃତ୍ୟୁ ଘଟିଛି , ତେବେ ଏନେଇ ସ୍ଥାନୀୟ ଲୋକମାନେ ଡାହାଣୀ ମାରିଦେଇଥିବା ଭାବି ସନ୍ଦେହ ଭିତରେ ରହି ଭୟରେ ସନ୍ଧ୍ୟା ପରେ କବାଟ କିଳି ଘର ଭିତରେ ରହୁଥିଲେ । ତେବେ ଏଭଳି ପରିସ୍ଥିତି ଗାଁରେ ଜାରୀ ରହିଥିବା ସମୟରେ ଆଜି ଏକ ବୃଦ୍ଧାଙ୍କ ପେଟ ଖରାପ ହେବାରୁ ତରଳ ଝାଡ଼ାରେ ଆକ୍ରାନ୍ତ ହୋଇଥିଲେ। ତେବେ ବାରମ୍ବାର ଶୌଚ ହେବାକୁ ଯିବାକୁ ପଡୁଥିବାରୁ ବିରକ୍ତିରେ ଶାଢ଼ୀ ଖୋଲି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଶୌଚ ପାଇଁ ଯାଇଥିବା ବେଳେ ସ୍ଥାନୀୟ କିଛି ମହିଳାମାନେ ଏହାଦେଖି ଡାହାଣୀ ସନ୍ଦେହ କରି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ପରେ ବୃଦ୍ଧାଙ୍କ ଝିଅ ବୃଦ୍ଧାଜଣକୁ ଉଦ୍ଧାର କରି ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅନ୍ୟପଟେ ପରେ ଘଟଣା ପହଞ୍ଚିଥିଲା ରାସଗୋବିନ୍ଦପୁର ଥାନାରେ। ଘଟଣାର ଅନୁଧ୍ୟାନ କରି ରାସଗୋବିନ୍ଦପୁର ଥାନା ପୋଲିସ କେଶ ନମ୍ବର 101/24 ରେ ଏକ ମାମଲା ଦାୟର କରି ଅଧିକ ତଦନ୍ତଜାରୀ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *