ସୁଶାନ୍ତ ପ୍ରଧାନ/ସ୍ବତନ୍ତ୍ର ପ୍ରତିନିଧି/ ଢ଼େଙ୍କାନାଳ / ୨୨/୦୨/୨୦୨୪
ଢ଼େଙ୍କାନାଳ ଜିଲ୍ଲାର ଯୋରନ୍ଦା ଗାଦି ରେ ଆଜି ଠାରୁ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆରମ୍ଭ ହୋଇଛି ଏହି ମେଳା ତିନି ଦିନ ଧରି ଚାଲିବାକୁ ଥିବା ବେଳେ କୋଣ ଅନୁକୋଣରୁ ରାଜ୍ୟ ଓ ରାଜ୍ୟ ବାହାରୁ ଓ ବିଦେଶର ଅନେକ ମହିମା ଦୀକ୍ଷା ଶିଷ୍ୟ ଓ ସାଧୁ ସନ୍ତ ମାନେ ଯୋଗ ଦେଇଛନ୍ତି ପୋଲିସ ବିଭାଗ ପକ୍ଷରୁ ଦଶ ପ୍ଳାଟୁନ ପୋଲିସ ନିୟୋଜିତ ହୋଇଛନ୍ତି ଦମକଳ ବାହିନୀ ସହିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଅୟୋଜନ କରଯାଇଛି ଏହି ମେଳାରେ ଅନେକ ବେପାରୀ ନିଜର ବାଣିଜ୍ୟ ବେପାର ପାଇଁ ଭିଡ଼ ଜମାଇଛନ୍ତି ଦଶ ଲକ୍ଷ୍ୟ ଭକ୍ତ ଙ୍କ ଭିଡ଼ ହେବ ବୋଲି ବୁଦ୍ଧି ଯିବି ମାନେ ମତ ପ୍ରକାଶ କରିଛନ୍ତି ଗାଦି ରେ ଗୁରୁ ମହିମା ଅଲେଖ ଧ୍ଵନି ପ୍ରକମ୍ପିତ ହୋଇଛି ଆଜି ଜଳିବ ଚାରୋଟି ଝାଡ ଦୀପ ବିଶ୍ଵର ଶାନ୍ତି ପାଇଁ ଏହି ଦ୍ଵୀପ ପ୍ରଜଳନ କରଯାଉଛି ମହଣ ମହଣ ଘିଅ ରେ ଜଳିବ ଏହି ଦୀପ ଶୂନ୍ୟ ମହା ପ୍ରଭୁଙ୍କ ଉପାସନା ପାଇଁ ଅନେକ ଶ୍ରଦ୍ଧାଳୁ ଘିଅ ଓ ନଡ଼ିଆ କିଣି ଗାଦି ଠାରେ ପହଞ୍ଚିଛନ୍ତି ସୁରକ୍ଷା ଦୃଷ୍ଟକୋଣରୁ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ ଦେବା ସହିତ ପକେଟ ମାଲ ଚୋର ଙ୍କ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଟିମ କରାଯାଇଅଛି ଶ୍ରଦ୍ଧାଳୁ ଭକ୍ତମାନେ ରହିବା ପାଇଁ ଗାଦି ଠାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଅଛି କୁହା ଯାଉଛି କି ଗାଦି ଦେଢ଼ଶହ ବର୍ଷ ରେ ପଦାର୍ପଣ କରୁଛି ସେଥି ପାଇଁ ଭଜନ ସନ୍ଧ୍ୟା ର ଅୟୋଜନ କରାଯାଇଅଛି