ଯଶୋବନ୍ତ ରଣଜିତ୍ ରାୟ।। ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ
ଢେଙ୍କାନାଳ : ହିନ୍ଦୋଳ ବ୍ଲକ ଅନ୍ତର୍ଗତ ମାଧପୁର ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ଏହି ଶ୍ରମିକ ଦିବସ ଅବସରରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର(ଇଗ୍ନୋ) ଭୁବନେଶ୍ବର ଆଞ୍ଚଳିକ କେନ୍ଦ୍ର ଓ ବିଶ୍ୱ ଯୁବ କେନ୍ଦ୍ର, ଅନୁଗୋଳଙ୍କ ମିଳିତ ସହଯୋଗରେ “ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ କର୍ମକ୍ଷେତ୍ରର ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ର ଯତ୍ନ” ଶୀର୍ଷକ ଏକ ସମୁଦାୟିକ ସଚେତନତା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ମାନପୁର ଗ୍ରାମ,କୁକୁପଙ୍ଗି ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଇଗ୍ନୋର ଭୁବନେଶ୍ବର ଆଞ୍ଚଳିକ କେନ୍ଦ୍ର ର ଉପ ନିର୍ଦ୍ଦେଶକ ଡ଼ଃ ସନ୍ତୋଷ ପାଣିଗ୍ରାହୀ ଓ ଡଃ ବିମଳ ଚନ୍ଦ୍ର ନନ୍ଦ ପ୍ରମୁଖ ଯୋଗଦେଇ ଶ୍ରମିକ ଦିବସ ର ମହତ୍ୱ, ଶ୍ରମିକ ମାନଙ୍କ ର ଶ୍ରମ କୌଶଳ ଅନୁଯାୟୀ,କୁଶଳୀ, ଅର୍ଦ୍ଧ କୁଶଳୀ,ଅତି କୁଶଳୀ,ଅଣ କୁଶଳୀ ବର୍ଗର ଶ୍ରମିକ ପାଇଁ ସରକାର ଙ୍କ ଦ୍ଵାରା ଅନୁମୋଦିତ ଦୈନିକ ସର୍ବନିମ୍ନ ମଜୁରୀ, ସେମାନଙ୍କ ପାଇଁ ଦୈନିକ କାର୍ଯ୍ୟକ୍ରମ ର ସମୟ ତଥା ବର୍ତ୍ତମାନର ଅତ୍ୟନ୍ତ ଉଚ ତାପମାତ୍ରା ରେ ଯାହା କି ଶ୍ରମ ପ୍ରତିକୂଳ ଅଟେ, ଏହିପରି ପରିସ୍ଥିତି ରେ ସେମାନଙ୍କର ସ୍ୱାସ୍ଥ୍ୟ କୁ ଧ୍ୟାନ ରେ ରଖି ସରକାର ଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଉପରେ ଆଲୋଚନା କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଜାତୀୟ ଶ୍ରମ ଆଇନ୍ ୧୯୪୮ ଓ ଶିଶୁ ଶ୍ରମିକ ଆଇନ୍ ୧୯୮୬ ଏବଂ ୨୦୧୬, ଏନ୍,ଆର୍,ଇ,ଜି, ଏସ୍ ଏ, ପ୍ରଭୃତି ଆଇନ୍ ମାନଙ୍କ ରେ ପ୍ରଦତ୍ତ ନିୟମାବଳୀ, କାର୍ଯ୍ୟସ୍ଥଳରେ ଶ୍ରମିକ ମାନଙ୍କ ପାଇଁ ଛାୟା, ବିଶୁଦ୍ଧ ପାନୀୟ ଜଳ, ପ୍ରାରମ୍ଭିକ ଉପଚାର କିଟ୍, ନିର୍ମାଣ ଶ୍ରମିକ ଙ୍କ ପାଇଁ ଜୋତା, ହାତରେ ସୁରକ୍ଷା ପାଇଁ ଗ୍ଲୋବସ୍,ବିଶେଷ ଟୋପି, ସୁରକ୍ଷା ବେଲ୍ଟ, ପ୍ରଭୁତି ବ୍ୟବସ୍ଥା କରିବା ତଥା ଯୋଗାଇଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶାବଳୀ ଉପରେ ଆଲୋଚନା ହୋଇଥିଲା। ଏତଦ୍ ବ୍ୟତୀତ ୧୪ ବର୍ଷ ବୟସରୁ କମ୍ ଶିଶୁ ଙ୍କୁ ନିୟୋଜନ ନ କରିବା,୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ସେମାନଙ୍କ ସୁରକ୍ଷା, ନିଷେଧ ହୋଇଥିବା କଳ କାରଖାନା ଗୁଡ଼ିକ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମା ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାଛଡା ଗତ ମାର୍ଚ ମାସରେ ରାଜ୍ୟ ସରକାର ଙ୍କ ଦ୍ଵାରା ନିର୍ଧାରିତ ସର୍ବନିମ୍ନ ମଜୁରୀ ଉପରେ ଆଲୋଚନା କରାଯାଇଥିଲା। ଶ୍ରମ କୁ ସମ୍ମାନ, ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟକ୍ଷେତ୍ର କୁ ସୁରକ୍ଷିତ ରଖିବା ସମ୍ବନ୍ଧୀୟ ବିଷୟବସ୍ତୁ ସଂପର୍କରେ ଉପସ୍ଥିତ ଗ୍ରାମବାସୀମାନଙ୍କ ସହିତ ଆଲୋଚନା, ପ୍ରଶ୍ନ ଉତ୍ତର ଦ୍ୱାରା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଶ୍ୱ ଯୁବ କେନ୍ଦ୍ର ର ନିର୍ଦେଶକ ମନୋଜ କୁମାର ମହାପାତ୍ର ପରିଚାଳନା କରିଥିଲେ। ସହଯୋଗୀ ଶ୍ରୀ ବିଶ୍ୱଜିତ୍ ଦାଶ ପ୍ରକଳ୍ପ ସଂଯୋଜକ,ଅନିତା ବେହେରା ପ୍ରକଳ୍ପ ସହାୟିକା କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ।