।। ଯଶୋବନ୍ତ ରଣଜିତ୍ ରାୟ।। ସ୍ୱତନ୍ତ୍ର ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ୍।।
ଢେଙ୍କାନାଳ, ୨୧/୦୭/୨୦୨୪: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମୋଟଙ୍ଗା ପୋଲିସ୍ ଗତକାଲି ରାତିରେ ପେଟ୍ରୋଲିଙ୍ଗ୍ ସମୟରେ ନିମିଧା କେନାଲ ନିକଟରେ ଚାରି ପାଞ୍ଚ ଜଣ ସନ୍ଦିଗ୍ଧ ଯୁବକ ମାନଙ୍କୁ ସନ୍ଦେହ କରି ଅଧିକ ପୋଲିସ୍ ସହାୟତା ରେ ସେମାନଙ୍କୁ ଗିରଫ କରିବାକୁ ସଫଳତା ହାସଲ କରିଥିଲା। ତଦନ୍ତ କରିବାରେ ଜଣାଗଲା ଯେ, ଉକ୍ତ ସନ୍ଦିଗ୍ଧ ଯୁବକ ମାନେ ରାଜପଥ ଲୁଟେରା ଗ୍ୟାଙ୍ଗ୍ ର ସଦସ୍ୟମାନେ ଏକ ଅପରାଧିକ କାର୍ଯ୍ୟ ପାଇଁ ଯୋଜନା କରୁଥିବା ଜଣାପଡ଼ିଥିଲା। ସେମାନଙ୍କ ଠାରୁ କୋଡ଼ିଏ ଟି ଦାମୀ କିଆ ମୋବାଇଲ୍,ଗୋଟିଏ ଦେସୀ ପିସ୍ତଲ,ନଗଦ ୪ହଜାର ଟଙ୍କା, ଲଙ୍କା ଗୁଣ୍ଡ,ଦୁଇଟି କଟରା,ଦୁଇଟି ଲୁହା ପାଇପ୍ ସମେତ ଦୁଇଟି ବାଇକ୍ କୁ ପୋଲିସ୍ ଜବତ କରି ଲୁଟେରା ସହିତ ଥାନାକୁ ଆଣିଥିବା ପ୍ରକାଶ। ଲୁଟେରା ମାନଙ୍କ ମଧ୍ୟରେ ଚାରିଜଣ ମୋଟଙ୍ଗା ଥାନା ଅର୍ନ୍ତଗତ ମଶାଣିଆ ଓ ଜଣେ ବାଲିମୀ ଥାନା ଅନ୍ତର୍ଗତ ନୁଆ ଗ୍ରାମର ବୋଲି ପ୍ରଥମିକ ତଦନ୍ତ ରୁ ଜଣାପଡ଼ିଛି।ମୋଟଙ୍ଗା ପୋଲିସ୍ ଆଜି ଅପରାଧି ମାନଙ୍କୁ କେସ୍ ନମ୍ବର୍ ୨୮୬, ତା ୨୧/୦୭/୨୪, ଧାରା ଅଣ୍ଡର ସେକ୍ସନ ୩୧୦/୪,୩୧୦/୫, ଭଳି ବହୁତ ଦଫାରେ ମୋକଦ୍ଦମା ରୁଜୁ କରିବା ସହିତ ଆର୍ମ ଅକ୍ଟ୍,ରବରୀ ମୋକଦ୍ଦମା ଦ୍ୱାରା ଅପରାଧି ମାନଙ୍କୁ କୋର୍ଟ ହାଜତକୁ ପଠାଇ ଦେଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ଏହି ଅପରାଧି ମାନଙ୍କ ନାମରେ ପୂର୍ବରୁ କଣ୍ଟା ବଣିଆ ଥାନାରେ ୩ଟି ଓ ମୋଟଙ୍ଗା ଥାନା ଅଧୀନରେ ୭ଟି ପୁରୁଣା କେସ୍ ପଞ୍ଜିକୃତ ହୋଇ ମାମଲା କୋର୍ଟରେ ଚାଲିଛି। ପୋଲିସ୍ ର ଏହି କାର୍ଯ୍ୟ କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି।।