ଯଶୋବନ୍ତ ରଣଜିତ୍ ରାୟ।// ସ୍ୱତନ୍ତ୍ର ପ୍ରତିନିଧି//ସମୀକ୍ଷା ନିୟୁଜ୍
ଢେଙ୍କାନାଳ, ୨୩/୦୭/୨୪: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରୁଙ୍ଗଟା ଇସ୍ପାତ କାରଖାନାରେ ର ମନମୁଖୀ ଜନ ବିରୋଧୀ କାର୍ଯ୍ୟ ଆଜି ପଦାରେ ପଡିଯାଇଛି। ସୁଚନା ମୁତାବକ ଜାତୀୟ ରାଜପଥ ୫୫ ଠାରୁ ଆରମ୍ଭ ଗ୍ରାମ୍ୟ ଉନ୍ନୟନ ଅଧିନରେ ଥିବା (ଝାରବନ୍ଧ ବୈଷ୍ଣବ ବନ୍ଧ ) ରାସ୍ତା କୁ ଥିବା ଦୁଇ ନମ୍ବର ଫାଟକ ଅବସ୍ଥିତ। ଉକ୍ତ ପାଠକ ଦେଇ ଦୈନଦିନ ଶହ ଶହ କୋଇଲା, ଲୁହାପଥର ବୋଝେଇ ଭାରିଯାନ କାରଖାନା ଭିତରକୁ ଯାଇଥାଏ ସର୍ବ ସାଧାରଣ ରାସ୍ତା କୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିବା ଓ ଉଭୟ ପାର୍ଶ୍ୱ ର ଲୋକମାନେ ଯାତାୟତ ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହୋଇଥିବା ନଜିର୍ ଅଛି । ଉକ୍ତ ଫାଟକ କୁ ଲାଗି ପାଚେରୀ କଡ଼ରେ ରାସ୍ତା ଓସାରିଆ ପାଇଁ ଚାଲୁଥିବା କାର୍ଯ୍ୟ ଯୋଗୁଁ ଖାଲ ଖମା କୁ ମରାମତି ଦାୟିତ୍ଵ କୁ ଭୁଲି ଯିବା ଯୋଗୁଁ ଆଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିମବାହାଳି ର ଛାତ୍ର ଛାତ୍ରୀ ମାନେ ଘରକୁ ଫେରିବା ପାଇଁ କୁତ୍ରିମ ବନ୍ୟାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଛି। କାରଖାନା ର ଏହିଭଳି ବେପରୁଆ ଖାମଖିଆଲି ନୀତି ପାଇଁ ବିଦ୍ୟାଳୟ ର ଅଭିଭାବକ ମାନେ ଦୁଃଖ ପ୍ରକାଶ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ର ପାଣି ପାର ହେବାକୁ କରିଥିବା ସାହାସ କୁ ଧନ୍ୟବାଦ ଜଣାଇଛନ୍ତି