ଯଶୋବନ୍ତ ରଣଜିତ୍ ରାୟ// ସ୍ୱତନ୍ତ୍ର ଜିଲ୍ଲା ପ୍ରତିନିଧି//ସମୀକ୍ଷା ନିୟୁଜ୍
ଢେଙ୍କାନାଳ, 26/7/2024: ରୁଙ୍ଗଟା କାରଖାନା ଦୁର୍ଘଟଣା ରେ ଅଧିକ ଶ୍ରମିକ ମୃତ୍ୟୁ ର ଗୁମର ଖୋଲିବାକୁ ଅଣ ଓଡିଆ ଶ୍ରମିକ ମାନଙ୍କ ଦାଵି ହୋଇଛି l
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରୁଙ୍ଗଟା ଇସ୍ପାତ କମ୍ପାନୀ ରେ ଗତ ସୋମବାର ଦିନ ଆଠ ନମ୍ବର କିଲନ୍ ରେ ଘଟିଥିବା ଦୁର୍ଘଟଣା ରେ ଦୁଇ ଜଣ ଶ୍ରମିକ ମୃତ ଓ ତିନିଜଣ ଶ୍ରମିକ ଆହାତ ହୋଇଥିବା ଦେଖିବାକୁ ମିଳିଥିଲା କିନ୍ତୁ ବାସ୍ତବରେ ଦୁର୍ଘଟଣାରେ ପ୍ରାୟ ଚଉଦ ରୁ ପନ୍ଦର ଶ୍ରମିକ ମୃତ ହୋଇଥିବା ସନ୍ଦେହ ର ନିଆଁ ଉଗ୍ରରୂପ ନେଇଛି। ସୁଚନା ଯୋଗ୍ୟ ଯେ ଗତକାଲି ଅଣ ଓଡିଆ ଶ୍ରମିକ ମାନଙ୍କ ସାଥି ଶ୍ରମିକ ମାନେ ଦୁର୍ଘଟଣାରେ ଚାପିହୋଇ ମୃତ୍ୟୁବରଣ କରିଥିବା ବିଷୟକୁ ନେଇ ନ୍ୟାୟ ପାଇଁ କାର୍ଯ୍ୟ ବନ୍ଦ କରିଥିବା ସମୟରେ କାରଖାନା ଏହି ଘଟଣା କୁ ଚାପି ଦେବା ଉଦ୍ଦେଶ୍ୟରେ ନିଜର କେତେକ ଓଡ଼ିଆ ସମର୍ଥକ ଶ୍ରମିକ ମାନଙ୍କ ସହାୟତାରେ ଗୋଷ୍ଠୀ ସଂଘର୍ଷ ଆଖ୍ୟା ଦେଇ ମୁଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଅଧିକ ଶ୍ରମିକ ଗୁମର ଖୋଲିବାକୁ ଅଣ ଓଡିଆ ଶ୍ରମିକ ମାନଙ୍କ ର ଉଦ୍ୟମ କୁ ରୁଙ୍ଗଟା କମ୍ପାନୀ ଭଣ୍ଡୁର୍ କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି। କୁହାଯାଏ ଯେ ଦୁର୍ଘଟଣା ଦିନ ସନ୍ଧ୍ୟା ପରେ ପରେ ଚାପି ହୋଇଯାଇଥିବା ଅନ୍ୟାନ୍ୟ ଅଣ ଓଡିଆ ଶ୍ରମିକ ମାନଙ୍କ ଶବ ଗୁଡିକୁ ଆମ୍ବୁଲାନ୍ସ ସମେତ ଅନ୍ୟ ଏକ ଗାଡ଼ି ଯୋଗେ କାରଖାନା ଭିତରୁ ବାହାରକୁ ନେବା ଯୋଗୁ ଅଣ ଓଡିଆ ଶ୍ରମିକ ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ଫଳରେ କେତେକ ଶ୍ରମିକ ନିମବାହାଳି ବସଷ୍ଟାଣ୍ଡ ମୁହାଁ ହୋଇ ଚାଲି ଚାଲି ନିଜ ରାଜ୍ୟ କୁ ଜୀବନ ବଞ୍ଚେଇ ବା ଉଦ୍ଧେଶ୍ୟରେ ପଳାଇ ଯାଇଛନ୍ତି। ଏହି କାରଖାନା ରେ ଶ୍ରମିକ ନିରାପତ୍ତା ନିମନ୍ତେ ଉପକରଣ ତ ଦୂରର କଥା ସେପ୍ଟି ଆଇନ୍ କୁ ପାଳନ କରାଯାଉ ନାହିଁ କି, କୁଶଳୀ ଇଞ୍ଜିନିୟର ପରିବର୍ତେ ବାହାର ଅଞ୍ଚଳ ର ଫ୍ରେସ୍ ଇଞ୍ଜିନିୟର ମାନଙ୍କୁ ମୋଟା ଅଙ୍କର ହାତ ଗୁଞ୍ଜା ନେଇ ମାଲେ ମାଲ୍ ହେବାରେ ଲାଗିପଡିଥିବାରୁ କାରଖାନା ର ପରିଚାଳନା ଗୁରୁତ୍ୱ ଓ ଦାୟିତ୍ଵ କୁ ଭୁଲି ଯାଇଥିବା ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମ ଗୁଡିକୁ କାରଖାନା ର ଜଣେ ବାବୁ ଭିକେ ପାଣଡିଆନ୍ ଙ୍କ ଭଳି ରିମୋଟ୍ ରେ ପରିଚାଳନା କରୁଥିବା ଶୁଣିବାକୁ ମିଳୁଛି, ସୁଚନା ମୁତାବକ ଆଜି ପର୍ଯ୍ୟନ୍ତ ପ୍ରାୟ ୧୨୬୦ ଜଣ ପ୍ରତ୍ୟେକ୍ଷ ନିଯୁକ୍ତି ପାଇଥିଲେ ମଧ୍ୟ ଜମିହରା ପରିବାର ର ନିଯୁକ୍ତି ସଂଖ୍ୟା ୬୦ ପାର ହୋଇ ନଥିବା ବେଳେ ଅବଶିଷ୍ଟ ୧୨୦୦ ନିଯୁକ୍ତି ମଧ୍ୟରୁ ମହାଦୁର୍ନୀତି ଶ୍ରୋତ ରେ ସାମିଲ୍ ହୋଇ କେତେ ନିଯୁକ୍ତି ଦିଆଯାଇଛି ଓ କମ୍ପାନୀର ପାୱାର ଫୁଲ୍ ବାବୁ କେତେ ମୁନାଫା କଳାଧନ ରୋଜଗାର କରିଛନ୍ତି ଏବଂ ଏହି ଦୁର୍ନୀତିରେ କେତେ ଜଣ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ସାପେକ୍ଷ। ତେଣୁ କାରଖାନା ରେ ଏହିଭଳି ସମସ୍ୟା ଓ ବ୍ୟବସ୍ଥା କୁ ପ୍ରଶାସନ ଓ ସରକାର ଗମ୍ଭୀରତା ର ସହିତ ବିଚାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଏବଂ ଜମି ଦେଇଥିବା ଛ ଶହ ଜମିହରା ପରିବାରଙ୍କ ପରିବାର ରୁ ଯୋଗ୍ୟତା ଭିତରେ ଜଣକୁ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରିବା ପାଇଁ ବିଗତ ଏକ ସପ୍ତାହ ହେବ “‘ ଆଞ୍ଚଳିକ ଉନ୍ନୟନ ମହାସଂଘ” ପକ୍ଷରୁ ତ୍ରିପାକ୍ଷିକ ଆଲୋଚନା ପାଇଁ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ସମେତ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ,ଖଣି ଓ ଇସ୍ପାତମନ୍ତ୍ରୀ, ରାଜସ୍ୱ କମିଶନର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଏକ ଦାବୀପତ୍ର ଦିଆଯାଇଥିବା ପ୍ରକାଶ।। ଆଗାମୀ ଦିନରେ ପ୍ରଶାସନ ଓ ସରକାର କି ପଦକ୍ଷେପ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା।।