ଯଶୋବନ୍ତ ରଣଜିତ୍ ରାୟ// ସ୍ୱତନ୍ତ୍ର ପ୍ରତିନିଧି// ସମୀକ୍ଷା ନିୟୁଜ୍ ଢେଙ୍କାନାଳ ଜିଲ୍ଲା।।
ଢେଙ୍କାନାଳ ୦୮/୦୫/୨୦୨୪/: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମୋଟଙ୍ଗା ଥାନା ଅଧୀନରେ ଥିବା ହିନ୍ଦୋଳ ରୋଡ଼ ବଜାର ସମେତ ଥାନା ଅଧିନରେ ଥିବା ସମସ୍ତ ବଜାର ଦୋକାନ ଗଳି, ମହଲାରେ ମୋଟଙ୍ଗା ପୋଲିସ ଓ ତ୍ରିପୁରା ପୋଲିସ୍ ର ମିଳିତ ଆନୁକୂଲ୍ୟରେ ଅବାଧ ଓ ନିରପେକ୍ଷ ଭାବରେ ନିର୍ବାଚନ ସମେତ ଅଞ୍ଚଳ ରେ ଶାନ୍ତି ଶୃଂଖଳା ରକ୍ଷାକରିବା ପାଇଁ ସର୍ବସାଧାରଣ ମାନଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଥିଲା।। ମୋଟଙ୍ଗା ଥାନା ର ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ମଲ୍ଲିକ ଙ୍କ ନେତୃତ୍ୱରେ ତ୍ରିପୁରା ରାଜ୍ୟର ପୋଲିସ୍, ହିନ୍ଦୋଳ ରୋଡ଼ ଫାଣ୍ଡି,ଗୁଡିଆ କାଟେଣି ବିଟ୍ ର ସମସ୍ତ ପୋଲିସ୍ ଫାଣ୍ଡି ଅଧିକାରୀ ମାନେ ଭାଗନେଇ ମାର୍ ଚିଙ୍ଗ୍ କୁ ସଫଳତା ଦେଇଥିଲେ। ପୋଲିସ୍ ପ୍ରଶାସନ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଥିବା ପ୍ରକାଶ। ଆଗାମୀ ଦିନରେ ଏହି ସଚେତନତା ଅଶାଧୁ ଓ ଅପରାଧୀ ମାନସିକତା ବ୍ୟକ୍ତି ବିଶେଷଙ୍କୁ କେତେ ଦୂର ନିୟନ୍ତ୍ରଣ କୁ ଆଣି ଦେଉଛି ତାହା ଦେଖିବାକୁ ବାକି ରହିଲା।