କେନ୍ଦୁଝର//ଅଞ୍ଜନ କୁମାର ରଣା // ଜିଲ୍ଲା ପ୍ରତିନିଧି //ସମୀକ୍ଷା ନ୍ୟୁଜ : କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା’ତାରିଣୀଙ୍କ ୮୯ତମ ଚଇତି ପର୍ବ ପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଚଇତି ପର୍ବ ତଥା ମାଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରସାଶନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ତତ୍ପର ହୋଇ ପଡିଛନ୍ତି ।ଚଇତି ପର୍ବରେ ମାଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ସହିତ ଖରାକୁ ମୁକାବିଲା କରିବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।ଏଥି ସହିତ ମନ୍ଦିରରେ ଭକ୍ତ ମାନଙ୍କ ଶୃଙ୍ଖଳା ଦର୍ଶନ, ମନ୍ଦିରର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲ୍ଲା ତଥା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହାତକୁ ନିଆ ଯାଇଛି ।
ଆସନ୍ତା ଏପ୍ରଲ ୯ରୁ ଆରମ୍ଭ ହୋଇ ୧୫ତାରୀଖ ପର୍ଯ୍ୟନ୍ତ ୭ଦିନ ଧରି ମା ତାରିଣୀଙ୍କ ୮୯ତମ ଚଇତି ପର୍ବ ମାହା ଆଡମ୍ବରରେ ପାଳିତ ହେବାକୁ ଯାଉଛି । ପର୍ବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇ ପଡିଛନ୍ତି । ପ୍ରବଳ ଖରା କାରଣରୁ ଅଶୁଂଘାତର ମୁକାବିଲା ପାଇଁ ମନ୍ଦିର ପରିସର, ଘଟଗାଁ ପାଲା ମଣ୍ଡପକୁ ପାଲରେ ଛାଉଣି ବ୍ୟବସ୍ଥା କରାଯିବ ।ସାତ ଦିନ ଧରି ମା’ତାରିଣୀ ସୁନା ବେଶରେ ଦର୍ଶନ ଦେବା ସହିତ ମନ୍ଦିର ପରିସରରେ ହୋମ ଯଜ୍ଞ, ଚଣ୍ଡିପାଠ, ଭାଗବତ ପାଠ ଆଦି ଅନୁଷ୍ଟିତ ହେବ। ଏହି ଅବସରରେ ମାଙ୍କ ପିଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କରାଣରୁ ଶୃଙ୍ଖଳା ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାରିଗେଟ ବ୍ୟବସ୍ଥା କରାଯାଇଛି । ଏଥି ସହିତ ଶୃଙ୍ଖଳା ଦର୍ଶନ ଓ ମାଙ୍କ ପୂଜା କାର୍ଯ୍ୟ ପାଇଁ ଅଧିକ ସଂଖ୍ୟାରେ ପୂଜକ ନିୟୋଜିତ ହେବେ ବୋଲି ପୂଜକ ସଂଙ୍ଘ ପ୍ରକାଶ କରିଛନ୍ତି ।
ପ୍ରବଳ ଖରାକୁ ଦୃଷ୍ଟିରେ ରଖି ମନ୍ଦିର ପରିଷରରେ ପାନିୟ ଜଳ ଓ ଅଂଶୁଘାତ ର ମୁକାବିଳା ପାଇଁ ମନ୍ଦିର ପରିଷର ମଧ୍ୟ୍ୟରେ ଅସ୍ଥାଇ ସ୍ସାସ୍ଥ୍ୟ କେନ୍ଦ୍ର ଜରୁରୀ କାଳିନ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯିବ । ମନ୍ଦିର ପରିସରରେ ସିସି ଟିଭି କ୍ୟାମେରା ଲଗାଯିବା ସହ ପୋଲିସ ଫୋର୍ସ ମୁତୟନ ହେବେ। ଏଥି ସହିତ ଏହି ଚଇତି ପର୍ବରେ ସ୍ଥାନୀୟ ସ୍ସଛାସେବୀ ସଂଗଠନ ,ଯୁବକ ସଘଂ ମାନେ ସହଯୋଗର ହାତ ବଢାଇଥାନ୍ତି।ତେବେ ଏହି ଚଇତି ପର୍ବ ସାତ ଦିନ ଧରି ମାଙ୍କ ପିଠରେ ଭଜନ ସମାରୋହ, ପ୍ରବଚନ,ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ, ବାଦିପାଲା ଆଦି ଅନୁଷ୍ଟିତ ହୋଇ ଏକ ଆଧ୍ୟ୍ୟାତ୍ମକ ପରିବେଷ ସୃଷ୍ଟି ହେବାକୁ ଯାଉଥିବା ସହ ଏହି ୭ଦିନ ଧରି ଘଟଗାଁ ଅଂଚଳରେ ଆମିଶ ସେବନକୁ ସଂପୂର୍ଣ୍ନ ବାରଣ କରାଯାଇଥାଏ।