ପ୍ରଭାତ କୁମାର ସାହୁ /ପ୍ରତିନିଧି /ସମୀକ୍ଷା ନିୟୁଜ
କେନ୍ଦୁଝର ଜିଲ୍ଲା ପାଟଣା/ ତୁରୁମୁଙ୍ଗ। ସ୍ଥାନୀୟ ତୁରୁମୁଙ୍ଗା ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ୫୭ ତମ ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଉଦ୍ ଯାପିତ ହୋଇଯାଇଛି। ୧୬-୧୦ ତାରିଖରେ ପୂଣ୍ୟତୋୟା ବୈତରଣୀ ନଦୀରୁ ଘଟ ଉତ୍ତୋଳନ କରାଯାଇ ସନ୍ଧ୍ୟା ବେଳେ ମାଆ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଗ୍ରାମର ବରିଷ୍ଠ ନାଗରିକ ଅଧିକାରୀ ସାହୁ ସଂକଳ୍ପ ପୂଜାରେ ବସିଥିବା ବେଳେ ପୂଜକ ବ୍ରାହ୍ମଣ ସୁଶାନ୍ତ କର ଓ ଅରୁଣ ମିଶ୍ର ମାଆଙ୍କ ପୂଜନ କରିଥିଲେ। ଗତ ୧୭-୧୦ ତାରିଖରେ ଗାୟିକା ସୌଦାମିନୀ ସାହୁଙ୍କ ଦ୍ଵାରା ପାଲା ପରିବେଷଣ ହୋଇଥିଲା। ୧୮-୧୦, ୧୯-୧୦ ଓ ୨୦-୧୦ ତାରିଖରେ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ସ୍ଥାନୀୟ ତଥା ପାଖା ପାଖି ଅଞ୍ଚଳର ବଛା ବଛା ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ନାଟ୍ୟ ନିର୍ଦ୍ଦେଶକ ଘନଶ୍ୟାମ ମିଶ୍ର, ନାଟ୍ୟ ଅଭିନେତା ଉଦୟ ନାଥ ରାୟ, ନୃତ୍ୟଗୁରୁ ସନାତନ ନାୟକ ତଥା ଯୁବ ନୃତ୍ୟକଳାକାର ଓ ନୃତ୍ୟଗୁରୁ ସିପୁନ ମହାକୁଡ ବିଚାରକ ଭାବେ ଯୋଗ ଦେଇଥିବାବେଳେ ବିଶିଷ୍ଟ କଳାକାର ତଥା ନିର୍ଦ୍ଦେଶକ ଶଚ୍ଚିଦାନନ୍ଦ ମହାକୁଡ ଉଦ୍ ଘୋଷକ ଭାବେ ଯୋଗଦେଇ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ବରିଷ୍ଠ ବିଭାଗରେ ଟୁଇଙ୍କିଲ ଦେହୁରୀ ପ୍ରଥମ, ।ସତ୍ୟବତୀ ପାତ୍ର ଦ୍ୱିତୀୟ ଓ ବବିତା ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ କନିଷ୍ଠ ବିଭାଗରେ ପ୍ରେରଣା ପ୍ରୀୟଂଶୀ ଗିରି ପ୍ରଥମ, ଜିଜ୍ଞାଶା ଜ୍ୟୋତିର୍ମୟୀ ପାତ୍ର ଦ୍ଵିତୀୟ ଓ ଝରଣା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଗଜଲକ୍ଷ୍ମୀ ପୂଜା କମିଟି ଦ୍ବାରା ସ୍ଥାନୀୟ ମାଆ ଓ କୁମାରୀ ଝିଅ ମାନଙ୍କୁ ନେଇ ଲକ୍ଷ୍ମୀପୁରାଣ ପାଠ, ଲକ୍ଷ୍ମୀପୁରାଣ ଆଧାରିତ ପ୍ରଶ୍ନୋତ୍ତର କାର୍ଯ୍ଯକ୍ରମ, ରଙ୍ଗୋଲି, ଶଙ୍ଖନାଦ, ହୁଳହୁଳି, ତଥା ସଙ୍ଗୀତ ଚୌକି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଦୁଇ ଜଣ ବରିଷ୍ଠ ମହିଳା କୃଷ୍ଣପ୍ରୀୟା ସାହୁ ଓ ଗୀତା ରାଣୀ ନାୟକ ତଥା ନିରୁପମା ମହାନ୍ତ, ଝୁନୁପ୍ରୀୟା ପୃଷ୍ଟି , ପ୍ରଣତି ନାୟକ, ରଶ୍ମିରେଖା ସାହୁ, ଯମୁନା ପୃଷ୍ଟି, ମାଳତିଲତା ପୃଷ୍ଟି , ନନ୍ଦିତା ରାଣୀ ପୃଷ୍ଟି ଆଦି କୃତିତ୍ୱ ଅର୍ଜନ କରିଥିଲେ। ଏଥି ପାଇଁ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ଗୁରୁଦେବ ସାହୁଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା। ସ୍ଥାନୀୟ ତୁରୁମୁଙ୍ଗ। ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଲେଖା ନାୟକ ମୁଖ୍ୟ ଅତିଥି ଓ ସମିତି ସଭ୍ୟା ଅଶୁଲତା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର, ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ ଏବଂ ସମସ୍ତ ବିଚାରକ, ଉଦଘୋଷକ ତଥା ଗ୍ରାମର ବରିଷ୍ଠ ନାଗରିକ ଅଧିକାରୀ ସାହୁ,ପୂଜା ଦାୟିତ୍ୱରେ ଥିବା ସହଦେଵ ସାହୁ ଏବଂ ଧ୍ୱନି,ଆଲୋକ,ପୂଜା ମଣ୍ଡପ ତଥା ମଞ୍ଚ ସାଜସଜା କରିଥିବା ଅରୁଣ କୁମାର ସାହୁଙ୍କୁ ମୁଖ୍ୟଅତିଥି ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଉକ୍ତ କାର୍ଯ୍ୟ କ୍ରମରେ ସୁଧାଂଶୁ ଶେଖର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ବିଚିତ୍ର ସାହୁ ଓ ପ୍ରସନ୍ନ ସାହୁ ସହଯୋଗ କରିଥିଲେ। ତତ୍ପରେ ଅକ୍ଟୋବର ୨୧ ତାରିଖ କ୍ରିଷ୍ଣା ମେଲୋଡି (କଟକ ) ଦ୍ଵାରା ଏକ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ମା ଗଜଲକ୍ଷ୍ମୀଙ୍କୁ ପୂଜା ଶାଢୀ ପୂଜା କମିଟି ଦ୍ଵାରା ନିଲାମ ହେଇଥିଲା | ଉକ୍ତ ପାଟ ଶାଢ଼ୀଟି ଗାଁର ଝିଅ ତଥା ଭୂବନେଶ୍ୱର ବାସିନ୍ଦା ହେନା ସାହୁ ଓ ତାଙ୍କ ସ୍ୱାମୀ ରଞ୍ଜୟ କୁମାର ସାହୁ ୧୯୬୦୧ ଟଙ୍କାରେ ନିଲାମ ଧରିଥିଲେ | ପ୍ରତ୍ୟେକ ଦିନ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଏ ସମସ୍ତ କାର୍ଯ୍ୟକ୍ରମ ପୂଜା କମିଟିର ସଭାପତି ଗୁରୁଦେବ ସାହୁ, ସମ୍ପାଦକ ସତ୍ୟବ୍ରତ ସାହୁ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ ,ସଭ୍ୟ ସନ୍ତୋଷ କୁମାର ସାହୁ, ବିକାଶ ସାହୁ, ତ୍ରିଲୋଚନ ସାହୁ, ବୁଦ୍ଧଦେଵ ନାଏକ,ମାନସ ମହାରଣା,ରୁଦ୍ର ଦେହୁରୀ, ଅମରେଶ ନାଏକ, ରାହୁଲ ନାଏକ, ସୌମ୍ୟରଂଜନ ସାହୁ, ଶମ୍ଭୁନାଥ ସାହୁ, ଭୁବନାନନ୍ଦ ସାହୁ,ମୋଚିରାମ ସାହୁ, ପ୍ରମୋଦ କୁମାର ସାହୁ, ଅଭିମନ୍ୟୁ ସାହୁ, ଜଗଦିଶ ସାହୁ, ପ୍ରଫୁଲ୍ଲ ବେହେରା, ଉଗ୍ରେସନ ସାହୁ, ଶିବନାରାୟଣ ସାହୁ, ପ୍ରତାପ ଚନ୍ଦ୍ର ସାହୁ, ଦିବାକର ନାଏକ, ରତ୍ନାକର ସାହୁ, ଗୋଲକ ନାଏକ,ଦିଲ୍ଲୀପ ଖାଟୁଆ, ଅଶୋକ କୁମାର ସାହୁ, ମାନସ ସାହୁ,ସବ୍ୟସାଚୀ ସାହୁ, ତାପସ ସାହୁ ତଥା ସମସ୍ତ ଗ୍ରାମବାସୀ ଓ ଯୁବଗୋଷ୍ଠୀ ସହଯୋଗରେ ସଫଳତାର ସହ ସମ୍ପୂର୍ଣ ହୋଇଥିଲା |