ତୁରୁମୁଙ୍ଗା: ବିଦ୍ୟୁତ ବିଭାଗର ନ୍ୟାୟ ପାଇବା ନିମନ୍ତେ ଧାରଣା

ପ୍ରଭାତ କୁମାର ସାହୁ/ପ୍ରତିନିଧି /ସମୀକ୍ଷା ନିୟୁଜ
ତୁରୁମୁଙ୍ଗା (23/07/24): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ରେ ଥିବା ବିଦୂତ ଡିଭିଜନ ବି ଏ କର୍ମ ଚାରି ମାନେ ଦୁଇ ଦିନ ହେଲାଣି ନ୍ୟାୟ ପାଇବା ପାଇଁ ଧାରଣା ରେ ବସି ଛନ୍ତି,, ସୂଚନା ଅନୁସାରେ ଗତ ମାସ ତେର ତାରିଖ ରେ ପାଟଣା ବ୍ଲକ ଅଂଚଳ ରେ କାଳ ବୈଶାଖୀ ହୋଇ ଥିଲା,, ଏହି କାଳ ବୈଶାଖୀ ଯୋଗୁ ସତେଇସ ଟି ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗି ଥିବା ବେଳେ ଏଗାର କେ ଭି ବିଦୂତ କ୍ଷତି ଗ୍ରସ୍ତ ହୋଇ ଥିବା ବେଳେ ପନ୍ଦର ତାରିଖ ରେ ଜେ ଇ ଙ୍କ ନିର୍ଦେଶ କ୍ରମେ ଗୟାଧର ମହାନ୍ତ ନାମକ ବିଦୂତ କର୍ମ ଚାରି ସହିତ ଅନ୍ୟ କର୍ମ ଚାରି ବାର ଖଣ୍ଡା ନାମକ ଜାଗାରେ କାମ କରୁ ଥିବା ବେଳେ କାଣୀ ପଶି ଗ୍ରାମ ର ଲୋକ ଚିନ୍ତା ମଣି ମହାନ୍ତ,,, ତରଣୀ ସେନ ମହାନ୍ତ,, ଶଙ୍କର ଷଣ ମହାନ୍ତ,, ଲୋମ୍ବଧର ବେହେରା ଓ ବାବା ମଣି ପାତ୍ର ପ୍ରଥମେ ତାଙ୍କ ଗ୍ରାମ ର ବିଦୂତ କାମ କରିବାକୁ କହିଥିଲେ,, କର୍ମ ଚାରି ମାନେ କହିଥିଲେ ରାତି ଆଠ ଟା ସମୟ ହେଲାଣି କାଲି କାମ କରିଦେବା,,, ଏଥିରେ ରାଗି ଯାଇ ସେମାନେ ବିଦୂତ କର୍ମ ଚାରି ମାନଙ୍କୁ ଅଭଦ୍ର ଭାଷା ରେ ଗାଳି ଦେବା ସହିତ ଆକ୍ରମଣ କରି ଥିଲେ,, ଏହି ଆକ୍ରମଣ ରେ ଗୟା ଧର ମହାନ୍ତ ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସା ଳୟ ରେ ଚିକିତ୍ସା ହୋଇ ଥିଲେ,, ଚିକିତ୍ସା ହେବା ପରେ କେନ୍ଦୁଝର ଜିଲ୍ଲାର ସଦର ପୋଲିସ ଷ୍ଟେସନ ରେ 19/06/24ରିଖ କେଶ ରୁଜୁ କରି ଥିଲେ ମଧ୍ୟ ଆଜି ପଯ୍ୟନ୍ତ ନ୍ୟାୟ ନ ପାଇ ବାରୁ ପାଟଣା ବ୍ଲକ ଓ ସାହାର ପଡା ବ୍ଲକ ର ଲାଇନ ମ୍ୟାନ ଭାବେ କାର୍ଯ୍ୟ କରୁ ଥିବା କର୍ମ ଚାରି ମାନେ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି କହି ଛନ୍ତି l ଏପରି ସମସ୍ୟା ଜଦି ଶୀଘ୍ର ସମାଧାନ ନହେଲେ ସାଧାରଣ ଲୋକେ ବର୍ଷା ଦିନ ହୋଇ ଥିବାରୁ ବିଦୂତ ବିନା ସମସ୍ୟା ରେ ପଡିବେ

Leave a Reply

Your email address will not be published. Required fields are marked *