ସନ୍ତୋଷ ପଟ୍ଟନାୟକ// ଟିଟିଲାଗଡ//ସମୀକ୍ଷା ନିୟୁଜ
ବଲାଙ୍ଗୀର, ତା୨୬-୦୩-୨୦୦୪: ଦାଦନ ପ୍ରବଣ ବଲାଙ୍ଗୀର ଓ ନୂଆପଡା ଜିଲ୍ଲା ଅଞ୍ଚଳ ରୁ ପେଟ ପାଟଣା ପାଇଁ ସ୍ତ୍ରୀ,ପିଲା ଙ୍କ ସହ ବାଧ୍ୟ ହୋଇ ଦଲାଲ ଙ୍କ ଜରିଆରେ ତେଲେଙ୍ଗାନା ରାଜ୍ୟ କୁ ଯାଇ ବନ୍ଧା ପଡିଛନ୍ତି ୬୦ ଗୋଟି ପରିବାର ।
ପ୍ରାୟ ଚାରି ମାସ ହେବ ଦୁଇ ଦାଦନ ଦଲାଲ ତାଙ୍କୁ ତେଲେଙ୍ଗାନା ରାଜ୍ୟ ରେ ନେଇ ଛାଡି ଦେଇ ଚାଲି ଆସିଥିଲେ । ସେଠାକାର ଦାଦନ ସର୍ଦ୍ଦାର ଓ ଠିକାଦାର ଠାରୁ ଛଅ ମାସ ର ଚୁକ୍ତି କରି ମୋଟା ଅଙ୍କର ଟଙ୍କା ନେଇ ଫେରାର ହୋଇ ଯାଇଥିବା ବେଳେ ଉକ୍ତ ୬୦ ଜଣ ଦାଦନ ଶ୍ରମିକ କେତେ ଟଙ୍କା ରେ ଡ଼ିଲ ବା ଚୁକ୍ତି କରାଯାଇଛି କିଛି ଜାଣି ପାରି ନ ଥିଲେ ।
ଛଅ ମାସ ର ଚୁକ୍ତି ଦର୍ଶେଇ ମୋଟା ଅଙ୍କର ଆଗତୁରା ଟଙ୍କା ଆଣି ଏହି ଶ୍ରମିକ ଙ୍କୁ ତିନି ମାସ ର ଚୁକ୍ତି କହି ସେଠି ଛାଡି ଦେଇ ଥିଲେ । ଇଟା ଭାଟି ମାଲିକ ଉକ୍ତ ଦୁଇ ଦଲାଲ ଠକେଇ କରିଥିବା ପରେ ଜାଣି ପାରି ଥିଲେ । ଜାଣିବା ପରେ ଶ୍ରମିକ ଙ୍କୁ ଛଅ ମାସ ର କାମ ତିନି ମାସ ମଧ୍ୟରେ କରେଇବା ସହ ଏବେ ଚାରି ମାସ ପୁରି ଯାଇଥିବା ବେଳେ ନିର୍ଯାତନା ବର୍ତ୍ତମାନ ସୁଦ୍ଧା ଲାଗି ରହିଛି । ବଲାଙ୍ଗୀର ଜିଲ୍ଲା ର ବେଲପଡ଼ା ଥାନା ଅନ୍ତର୍ଗତ କନ୍ଧବାହାଲ ଗ୍ରାମ ର ଲାଲୁ ସମ୍ବର ଓ ସିନ୍ଧେକେଲା ର ବିସମ୍ୱର ଦଣ୍ଡସେନା ନାମକ ଦୁଇ ଦଲାଲ ମିଶି ତେଲେଙ୍ଗାନା ରାଜ୍ୟର ରଙ୍ଗପୁର ସହର ଇଟା ଭାଟି ମାଲିକ ସତ୍ୟମ ସେଠ ଠାରୁ ଛଅ ମାସ ର ଚୁକ୍ତି ଦର୍ଶେଇ ମୋଟା ଅଙ୍କର ଆଗତୁରା ଟଙ୍କା ଆଣି ଏହି ଶ୍ରମିକ ଙ୍କୁ ତିନି ମାସ ର ଚୁକ୍ତି କହି ସେଠି ଛାଡି ଚମ୍ପଟ ମାରିଥିଲେ । ଉକ୍ତ ଟଙ୍କା ଇଟା ଭାଟି ମାଲିକ ସେହି ଶ୍ରମିକ ଙ୍କ ନିକଟ ରୁ ଆଦାୟ କରିବା ନେଇ ଅକଥନୀୟ ନିର୍ଯାତନା ଦେଇ ଆସୁଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିବା ଭିଡିଓ ଭାଇରାଲ ହୋଇଛି । ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ର ଏହି ଶ୍ରମିକ ଙ୍କ ସହ ତାଙ୍କ ଛୋଟ ପୁଅ,ଝିଅ ଙ୍କୁ ମଧ୍ୟ ଇଟାଭାଟି କାମରେ ଲଗେଇବା ସହ ଅକଥନୀୟ ଅତ୍ୟାଚାର ସହ ମାଡ,ଗାଳି, ଗୁଲଜ ସହ ଭୋକ ଉପାସରେ ଦିନ,ରାତି କାମ ରେ ଖଟେଇ ଚାଲିଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ଉକ୍ତ ଶ୍ରମିକ ଙ୍କ ସେହି ତେଲେଙ୍ଗାନା ରାଜ୍ୟ ରେ କେହି ସାହା,ଭରଷା ନ ଥିବା ବେଳେ ଭୋକ, ଉପାସ ସହ ରାତି ୩ ଟା ରୁ ସକାଳ ୧୦ ଟା ପର୍ଯ୍ୟନ୍ତ କାମ କରେଇ ଦିନ ୧ ଟା ରୁ ରାତି ୧୦ ଟା ୧୨ ଟା ପର୍ଯ୍ୟନ୍ତ ଖଟେଇବା ଜଣେଇ ଛନ୍ତି। ଶ୍ରମିକ ଙ୍କୁ ଉକ୍ତ ଦୁଇ ଦଲାଲ ସକାଳ ୫ ଟା ରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ କାମ ଓ ଦିନ ୨ ଟା ରୁ ୩ ଟା ବେଳକୁ ଖାଇବା ଛୁଟି ବୋଲି କହି ଟଙ୍କା ନେଇ ଠକି ଫେରାର ହୋଇ ଯାଇଥିବା ପ୍ରକାସ କରିଛନ୍ତି ।
ଏହି ଦାଦନ ଶ୍ରମିକ ସମସ୍ୟା ଲାଗି ରହିଥିବା ବେଳେ ତାଙ୍କୁ ଉଦ୍ଧାର କରିବା ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି ।