ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଦିଲ୍ଲୀ ଗସ୍ତ

ଧିରେନ କୁମାର ସାହୁ //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
ଭୁବନେଶ୍ୱର, 26/06/2024: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଆଜି ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଗସ୍ତ କରିବେ ।
ରାଜ୍ୟରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବେ ।
ଓଡ଼ିଶାକୁ ନମ୍ବର ରାଜ୍ୟରେ ପରିଣତ କରିବାକୁ ବିଜେପି ନିଜ ନିର୍ବାଚନୀ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲା। ଦେଶ ତଥା ରାଜ୍ୟରେ ଏବେ ବିଜେପିର ଡବଲ ଇଞ୍ଜିନ ସରକାର। ତେଣୁ ଓଡ଼ିଶାବାସୀଙ୍କ ଦିଆଯାଇଥିବା ପ୍ରତିଶ୍ରୁତି କିପରି ପାଳନ କରାଯିବ ତାହା ଉପରେ ବିସ୍ତୃତ ଭାବେ ଦଳର ଶୀର୍ଷ ନେତୃବୃନ୍ଦ ଆଲୋଚନା କରିବେ ବୋଲି ଜଣାଯାଇଛି।
ଏଥିହ ରାଜ୍ୟ ପାଇଁ ଆଗାମୀ ଶହେ ଦିନର ରୋଡ ମ୍ୟାପ୍ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏନେଇ ମୋହନ ମାଝୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନି।

Leave a Reply

Your email address will not be published. Required fields are marked *