ଦୁଇ ଭଉଣୀଙ୍କୁ ବିକ୍ରି କରିଥିଲେ ଖୁଡ଼ି: ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରୁ ଉଦ୍ଧାର କଲା ବିଶୋଇ ପୋଲିସ

ସ୍ୱତନ୍ତ୍ର ପ୍ରତିନିଧି /ଅଞ୍ଜନ କୁମାର ରଣା /ସମୀକ୍ଷା ନିୟୁଜ
ବିଶୋଇ ୧୯/୦୩/୨୪ ପ୍ରଲୋଭନ ଦେଖାଇ ଦୁଇ ଭଉଣୀଙ୍କୁ ସମ୍ପର୍କୀୟ ଖୁଡି ଓ ଦଲାଲ ୨.୨୦ ଲକ୍ଷ ଟଙ୍କାରେ ବିକି ଦେଇଥିବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି | ସୂଚନା ମୁତାବକ ବିଶୋଇ ଥାନା ଅଞ୍ଚଳର ଜଣେ ମହିଳା ଯାହାଙ୍କ ନାମ ଦେବଜାନୀ ନାଏକ ବୟସ ୩୫ ଓ ଜଣେ ବ୍ୟକ୍ତି ଯାହାଙ୍କ ନାମ ବାପି ଓରଫ୍ ରାଜୁ ବୟସ ୪୭ ନାମକ ଏକ ଦାଲାଲ ଦୁହେଁ ମିଶି ଦୁଇଝିଅକୁ ରାଉରକେଲାରେ ଚାକିରି କରାଇ ଦେବାକଥା କହି ଗତ ଡିସେମ୍ବର ୬ ତାରିଖ ଦିନ ଏକ ଘରୋଇ ବସ ଯୋଗେ ରାଉଲକେଲାକୁନେଇ ଯାଇଥିଲେ। ପରେ ରାଜସ୍ଥାନରେ ଟ୍ରେନିଂ ଦିଆଯିବ କହି ରାଉରକେଲା ରୁ ଟ୍ରେନ ଯୋଗେ ରାଜସ୍ଥାନକୁ ବାପି ୩ ଜଣକୁ ନେଇ ଏକ ଲଜରେ ରଖିଥିଲା। ପରେ ଝିଅମାନଙ୍କ କହିବା ମୁତାବକ ସେଠାରେ ସେମାନଙ୍କୁ ବିକ୍ରୀ କରିଦେଇ ପଳାଇ ଆସି ଏବେ ଫେରାର ରହିଥିବା ଜଣାପଡିଛି। ତେବେ କୌଣସି ଉପାୟରେ ଝିଅ ବାପାଙ୍କୁ ଫୋନ ଯୋଗେ ଜଣାଇଥିଲେ କି ଆମ ଦୁଇ ଭଉଣୀକୁ ବାପି ଓ ଦେବଜାନୀ ଏଠାରେ ବିକ୍ରି କରି ଦେଇଛନ୍ତି। ଝିଅର ଫୋନ ପାଇ ବାପା ବିଶୋଇ ଥାନାରେ ଘଟଣାକୁନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ମାମଲା ରୁଜୁ କରି ଫୋନ ନମ୍ୱରକୁ ଟ୍ରାକିଙ୍ଗ୍ କରି ଗତ ୮ ତାରିଖ ଏସ୍ ଆଇ ଘନଶ୍ୟାମ ମଲ୍ଲିକଙ୍କ ନେତୃତ୍ବରେ କନେଷ୍ଟବଳ ଗଣେଶ୍ଵର ମହାନ୍ତ, କନେଷ୍ଟବଳ ଜାମିନୀ ବାରିକ୍ ଓ ଗୃହରକ୍ଷୀ ଅନିଲ ସେଠୀଙ୍କୁ ନେଇ ଏକ ଟିମ୍ ରାଜସ୍ଥାନକୁ ଯାଇ ବଡ଼ ଝିଅକୁ ରାଜସ୍ଥାନ ଓ ସାନଝିଅକୁ ମଧ୍ୟପ୍ରଦେଶରୁ ସଫଳତାର ସହିତ ଉଦ୍ଧାର କରି ବୁଧବାର ଅପରାହ୍ନରେ ବିଶୋଇ ଥାନାରେ ପହଞ୍ଚିଥିବା ବେଳେ ଝିଅକୁ କିଣିଥିବା କ୍ରିପାଲ୍ ନାମକ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରିଛନ୍ତି। ଗୁରୁବାର ବିଶୋଇ ପୋଲିସ୍ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ରାଜସ୍ଥାନ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଝିଅ ସଂଖ୍ୟା ପୁଅ ତୁଳନାରେ କମ୍ ଥିବା ଯୋଗୁଁ ବିଭିନ୍ନ ରାଜ୍ୟର ଝିଅମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ କିଣୁଥିବା କୁହାଯାଉଛି । ଦିର୍ଘବର୍ଷରୁ ଦଲାଲମାନେ ଏହି ରାକେଟ ଚଳାଇ ଆସୁଥିବା ଜଣାପଡିଛି । ତେବେ ନୂତନ କରି ଏସ. ସୁଶ୍ରୀ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଯୋଗଦେବା ପରେ ଗତ ତିନି ମାସରେ ଜିଲ୍ଲାର ବିଭିନ୍ନ ଥାନାରେ ପାଖାପାଖି ପଚାଶରୁ ଉର୍ଦ୍ଧ୍ବ ମହିଳା, ଯୁବତୀ ଓ ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଯେଉଁଥିରେ ବିଶୋଇ ଥାନା ଅଞ୍ଚଳର ପାଞ୍ଚ ଛଅ ଜଣ ରହିଥିବା ଜଣାପଡିଛି। ଆଜି ନିଜର ଝିଅମାନଙ୍କୁ ପାଖରେପାଇ ବାପା ଭାବବିହ୍ବଳ ହୋଇ କାନ୍ଦିବା ସହିତ ବିଶୋଇ ପୋଲିସକୁ ବେଶ ପ୍ରଶଂସା ମଧ୍ୟ କରୁଥିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *