ଦ୍ଵିତୀୟ କୁତ୍ରିମ ଭାଷା ବହି “ନାଇଲ”ର ଉଦ୍ଭାବକ ଡ଼ଃ ରଙ୍ଗାଧର ମହାପାତ୍ର

ପୁସ୍ତକର ଲେଖକ ଡ଼ଃ ରଙ୍ଗାଧର ମହାପାତ୍ରଙ୍କ ମତରେ “ନ୍ୟୁ ଇଣ୍ଡିଆନ ଇଜି ଲାଙ୍ଗୁଏଜ” ନାଇଲ ହେଉଛି ୨୧ ଅକ୍ଷର ବିଶିଷ୍ଟ ବିଶ୍ୱର ଦ୍ୱିତୀୟ କୁତ୍ରିମ ଓ ସହଜ ଭାଷା | ଏହାକୁ 2003 ମସିହାରେ ଦୀର୍ଘ ୭ ବର୍ଷର ପରିଶ୍ରମ ଏବଂ ଅନୁସନ୍ଧାନ ପରେ ଲେଖକ ଶ୍ରୀ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ଓ ପ୍ରକାଶନ କରାଯାଇଛି | ଓଡିଶା ଜନସେବା ସଂଗଠନର ସଭାପତି ଶ୍ରୀଯୁକ୍ତ ଶୋଭନ ଆଚାର୍ଯ୍ୟଙ୍କ ମାଧ୍ୟମରେ ଲେଖକ ଶ୍ରୀ ମହାପାତ୍ର ଏହାକୁ ଲୋକଲୋଚନକୁ ଆଣିବାର ଚେଷ୍ଠା ଜାରି ରଖିଛନ୍ତି | ପୁସ୍ତକ “ନାଇଲ”ର ଲିପି “ଲିଙ୍କ ଇଣ୍ଡିଆ ମିଶନ ଲିପି” ହୋଇପାରିବ ବୋଲି ଆଲୋଚନା କରାଯାଇଛି |

ଲେଖକ ଶ୍ରୀ ମହାପାତ୍ରଙ୍କ ଦାବି ଅନୁଯାୟୀ ଏହି ପୁସ୍ତକ ଭାଷାଗତ ଯୋଗାଯୋଗରେ ସହାୟକ ହୋଇପାରିବ | ଏଥିସହ ଏହି ନୂତନ ଭାଷା ଓ ଲିପିକୁ ସରକାରୀ ସ୍ତରରେ ସ୍ୱୀକୃତି ଓ ମାନ୍ୟତା ମିଳିଲେ, ଏହା ବ୍ୟବହାର ଯୋଗ୍ୟ ହୋଇପାରିବ | ଆମ ଦେଶରେ ଏପରି ଅନେକ କିଛି ଭାଷା ଅଛି ଯାହାକୁ ପରିପ୍ରକାଶ କରିବା ପାଇଁ ସ୍ୱତନ୍ତ୍ର ଲିପି ନାହିଁ, ତେଣୁ ସେହି କ୍ଷେତ୍ରରେ ମଧ୍ୟ ଏହା ସହାୟକ ହୋଇପାରିବ |

ସୂଚନାଯୋଗ୍ୟ ଯେ ଲେଖକ ଡଃ ରଙ୍ଗାଧର ମହାପାତ୍ର ନାଇଲ ଭାଷାର ଉଦ୍ଭାବନ ପାଇଁ ଦେଶ ବିଦେଶର ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି | ସୁଦୂର ୟୁଏସ (ଆମେରିକା) ର ଆନ୍ତର୍ଜାତୀୟ ସଂସ୍ଥା ଆମେରିକାନ ବାୟୋଗ୍ରାଫିକାଲ ଇନଷ୍ଟିଚ୍ୟୁଟ ତରଫରୁ ଶ୍ରୀ ମହାପାତ୍ରଙ୍କୁ “ହଲ ଅଫ ଫେମ” ପୁରସ୍କାର ପ୍ରଦାନ କରାଯାଇଛି | ଇଣ୍ଡିଆ ଟୁଡ଼େ ଜାତୀୟ ପତ୍ରିକା ତରଫରୁ ତାଙ୍କୁ “ଅଥର ଅଫ ଦ ଇଅର” ଟାଇଟେଲରେ ମଧ୍ୟ ସମ୍ମାନିତ କରାଯାଇଛି | ନାଇଲ ପୁସ୍ତକର କପି ଗୁଡିକୁ ୟୁଏନଓ , ୟୁନେସ୍କୋ, ବିବିସି, ନୋବେଲ ଆଦି ଆନ୍ତର୍ଜାତୀୟ ସଂସ୍ଥାକୁ ପଠାଯାଇଛି ଏବଂ କେନ୍ଦ୍ର ସରକାରଙ୍କ ଜାତୀୟସ୍ତରୀୟ ପଦ୍ମଶ୍ରୀ କମିଟିକୁ ମଧ୍ୟ ପଠାଯାଇଛି | ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଦେଶବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ପଠାଯାଇଛି |

Leave a Reply

Your email address will not be published. Required fields are marked *