ନର୍ଲା :ଧଁରାମାଲଠାରେ ମା ପାଟଖଣ୍ଡାଙ୍କ ମନ୍ଦିର ପ୍ରତିଷ୍ଠା ଏପ୍ରିଲ ୨୭ରେ

ସନ୍ତୋଷ ପଟ୍ଟନାୟକ//ସାମ୍ବାଦିକ// ସମୀକ୍ଷା ନିୟୁଜ
କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ପଞ୍ଚାୟତ ଧଆଁରାମାଲ ଠାରେ ମା ପାଟଖଣ୍ଡାଙ୍କ ମନ୍ଦିର ପ୍ରତିଷ୍ଠା ଓ ଖଣ୍ଡାବସା ଉତ୍ସବ ପାଳିତ ହୋଇଯାଇଛି। ନବ ନିର୍ମିତ ମନ୍ଦିରର ପ୍ରତିଷ୍ଠା ପାଇଁ ବୁଧୁବାର ସଂଧ୍ୟାରେ କଳସ ଯାତ୍ରା ହୋଇଥିବା ବେଳେ ଗୁରୁବାର ଦିନ ସକାଳୁ ହୋମଯଜ୍ଞ ସହ ନୂତନ ମନ୍ଦିର ଗୃହକୁ ସଂଧ୍ୟାରେ ମନ୍ତ୍ରାଚାର ବିଦ୍ଧିରେ ପ୍ରତିଷ୍ଠା କରାଯାଇଥିଲା। ସନ୍ଧ୍ୟାରେ ତନ୍ତ୍ରାଚାର ବିଧି ମତେ ପ୍ରତ୍ୟକ୍ଷ ଦେବି ମାଁ ପାଟ ଖଣ୍ଡାଙ୍କ ଅସ୍ତ୍ର ଶସ୍ତ୍ର ଓ ଆସନକୁ ନୂତନ ଗୃହରେ ସ୍ଥାପନା କରଯାଇଥିଲା।

ଏହି ଅବସରରେ ଗ୍ରାମର ସମସ୍ତ ଶକ୍ତି ପୀଠ ମାନଙ୍କରେ ମଧ୍ୟ ଆରାଧନା ପୂର୍ବକ ପୁଜା ସମ୍ପନ୍ନ ହୋଇଥିଲା। ଶୁକ୍ରବାର ଦେବୀଙ୍କ ମୂଳ ପୀଠ ବଲାଙ୍ଗିର ଜିଲ୍ଲା ଜରା ସିଂହାରୁ ଦେବୀଙ୍କ ପ୍ରତୀକ ସ୍ୱରୂପ ପାଟ ଖଣ୍ଡା ସହ ଜରାସିଂହା ଜମିଦାର ଦୁର୍ଗା ପ୍ରସାଦ ସିଂ ଦେଓ, ମୁଖ୍ୟ ଦେହୁରୀ ସନ୍ତୋଷ ଥନାପତି, ଉଜ୍ବଳ ଝ।ଙ୍କର, ବୁଡୁ ପଥ୍ରିମାଳୀଙ୍କ ସମେତ ଦେହୁରୀ ମାନେ ଗାଁ ରେ ପହଞ୍ଚିଥିଲେ। ଏହି ଅବସରରେ ଗ୍ରାମବାସୀଙ୍କ ସମେତ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ପ୍ରବଳ ମାତ୍ରାରେ ଏକତ୍ରିତ ହୋଇଥିଲେ। ହୁଳୁ ହୁଳି, ଘଣ୍ଟ, ଶଙ୍ଖ , ଢ଼ୋଲ୍, ନିଶାନ ମହୁରିର ତାଳରେ ଦେବୀଙ୍କ ଖଣ୍ଡାକୁ ମନ୍ଦିରକୁ ନେଇ ସ୍ଥାପନା କରଯାଇଥିଲା। ଏଥିରେ ହରଦେବ ପଟ୍ଟନାୟକ ଏବଂ ସପତ୍ନୀ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ଦେବୀଙ୍କ ପୂଜକ ରାମଚନ୍ଦ୍ର ପଟ୍ଟନାୟକ ପୁଜା ଦାୟିତ୍ଵ ତୁଲାଇଥିବା ବେଳେ ପଦମନ ପଟେଲ ଶୋଭଗ୍ୟ ପଟ୍ଟନାୟକ, ଗୁଣ ନିଧି ନାଏକ, ହେମନ୍ତ ନାଏକ, ଦୀପନ ପଟେଲ ପ୍ରସନ୍ତତ ପଟେଲ, ସୀମା ପଟେଲ, ରୋହିତ ପଟେଲ, ହେମନ୍ତ ପଟେଲ, କୃପା ଗହୀର, କୋକିଳ ଭୋଇ, ତ୍ରିନାଥ ନାଏକ, ଭକ୍ତ ଭୋଇ, ସଦା ପୋଡ଼, ଅମିତ ପଟ୍ଟନାୟକ, ମଣ୍ଟୁ ପଟ୍ଟନାୟକ, ଦିନେଶ ଶର୍ମା. ଦୟା ପଟ୍ଟନାୟକ, ଜେନା ବୁଢ଼ା ପରମା ପଟ୍ଟନାୟକ ତଥା ଗ୍ରାମବାସୀ ପୁଜା ପରିଚାଳନା କରିବାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *