ସୁଶାନ୍ତ ପ୍ରଧାନ /ସୂତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ /ଢେଙ୍କାନାଳ
ଢେଙ୍କାନାଳ,୦୩-୦୫-୨୦୨୪: ଢେଙ୍କାନାଳ ଜିଲ୍ଲାରେ ଆଜି ସଦର ବିଧାୟକ ଭାବେ ବିଜେଡି ପକ୍ଷରୁ ଶ୍ରୀଯୁକ୍ତ ସୁଧିର କୁମାର ସାମଲ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଲୟରେ ନାମାଙ୍କନ ପତ୍ର ଦାଖଲ କଲେ ବାଜିଚୌକି ଛକ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟଳୟରେ ଖୁବ୍ ଶାନ୍ତି ଶୃଙ୍ଖଳା ରକ୍ଷା କରି ପହଞ୍ଚିଥିଲେ ଦଶ ହଜାର ର ଉର୍ଦ୍ଧ କର୍ମୀ ମାନଙ୍କୁ ନେଇ ଶୋଭା ଯାତ୍ରା ରେ ଯୋଗଦାନ କରିଥିଲେ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହିତ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା କରାଯାଇଛି ସେ ଏଥର ବିଜେଡି ତରଫରୁ ଦିତୀୟ ଥର ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଓ ପୁନଃ ବିପୁଳ ସଂଖ୍ୟା ରେ ବିଜୟୀ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ଓ ଏଥର ଯୋଡି ଶଙ୍ଖ ଉଭୟ ଲୋକସଭା ଓ ବିଧାନ ସଭା ନିର୍ବାଚନ ରେ ବିଜୟୀ ହୋଇ ଫୁଣି ସରକାର ଗଢିବ ବିଜେଡି ସରକାର ହେବ ବୋଲି କହିଛନ୍ତି